କ୍ରିକେଟ ପରର ଯୋଜନା କହିଲେ ଧ୍ବାୱନ୍‌ : ଅବସର ପରେ ଭାଷ୍ୟକାର ହେବାକୁ ଆଗ୍ରହୀ

ନୂଆଦିଲ୍ଲୀ : ଶିଖର ଧାଵନ ଭାରତ ପାଇଁ ଏକାଧିକ ଆନ୍ତର୍ଜାତିକ ମ୍ୟାଚରେ ଖେଳିଥିଲା ବେଳେ ଏବେ ବି ତାଙ୍କ ପାଖରେ ଆହୁରି ଅନେକ କ୍ରିକେଟ ବାକି ରହିଛି। ଯଦିଓ ଧାଵନ ଟେଷ୍ଟ କ୍ରିକେଟରେ ପ୍ରାରମ୍ଭିକ ବ୍ୟାଟି˚ ସ୍ଥାନକୁ ହାତଛଡ଼ା କରିଛନ୍ତି, କିନ୍ତୁ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଉକ୍ତ ସ୍ଥାନ ପାଇଁ ସେ ପ୍ରଥମ ପସନ୍ଦର ଖେଳାଳି ହୋଇପାରିଛନ୍ତି। ତଥାପି ଅନ୍ୟ ପେସାଦାର କ୍ରୀଡ଼ାବିତ୍‌ଙ୍କ ଭଳି ତାଙ୍କର ମଧ୍ୟ ନିଜସ୍ବ ଜୀବନ ରହିଛି ଓ ଭବିଷ୍ୟତ ପାଇଁ ସେ ଏବେଠୁ ଯୋଜନା କରୁଛନ୍ତି। ଭାରତୀୟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କ ସହ ହୋଇଥିବା ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ଧାଵନ ଏବିଷୟରେ ସୂଚନା ଦେଇଥିଲା ବେଳେ କ୍ରିକେଟରୁ ଅବସର ନେବା ପରେ ଜଣେ ସଫଳ ଭାଷ୍ୟକାର ହେବା ପାଇଁ ଆଗ୍ରହ ରଖିଥିବା କହିଥିଲେ।

ଧାୱନ୍‌ଙ୍କ କହିବା ଅନୁଯାୟୀ, ବିଶେଷକରି ହିନ୍ଦିରେ ଭାଷ୍ୟକାର ଜୀବନ ଆରମ୍ଭ କରିଲେ ସେଥିପ୍ରତି ସେ ଅଧିକ ଧ୍ୟାନ ଦେବେ। ହିନ୍ଦିରେ ସେ ଅଧିକ ଆଶ୍ବସ୍ତିଲାଭ କରିଥା’ନ୍ତି। ଏହି ଭାଷାରେ ସେ ଭଲ ମଜା କରିପାରନ୍ତି। ସୁଯୋଗ ମିଳିଲେ ଅଧିକ ଯତ୍ନର ସହ ଦାୟିତ୍ବ ତୁଲାଇବି। ଯଦି ମୁଁ ଜଣେ ପ୍ରେରଣାଦାୟୀ ବକ୍ତା ହେବାକୁ ଚାହେଁ, ତାହେଲେ ପାଖରେ ଥିବା ବ˚ଶୀକୁ ମଧ୍ୟ ସାଙ୍ଗରେ ନେବି। କାରଣ ଶବ୍ଦ ସହ ଖେଳିବାକୁ ତାଙ୍କ ପାଖରେ ବହୁତ ଉପକରଣ ରହିଥିବା ଧାଵନ କହିଛନ୍ତି। ଜଣେ ସଙ୍ଗୀତ ପ୍ରେମୀ ହୋଇଥିବାରୁ ବ˚ଶୀ ସ୍ବର ଶୁଣିବାକୁ ତାଙ୍କୁ ଭଲ ଲାଗେ। ରାସ୍ତାରେ ଯିଏ ବି ବ˚ଶୀ ବଜାଉଥାଏ, ବଜାଇବା ଶେଷ ହେବା ପର୍ଯ୍ୟନ୍ତ ସେ ସେଠାରେ ଅପେକ୍ଷା କରିଥା’ନ୍ତି। ଏଥିରୁ ସେ ଅନେକ କିଛି ଶିକ୍ଷାଲାଭ କରିଥା’ନ୍ତି ବୋଲି କହିଛନ୍ତି। ସେହିପରି ଦୀର୍ଘ ୫ ବର୍ଷ ଧରି ସେ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଜଣେ କ୍ରିକେଟର ଭାବେ ଫାଙ୍କା ସମୟ ବାହାର କରିବା କଷ୍ଟକର। ତଥାପି ଟିକେ ସମୟ ମିଳିଲେ ସେ ବ˚ଶୀ ବଜାଇବାକୁ ପସନ୍ଦ କରନ୍ତି। ଏହା ତାଙ୍କ ମନକୁ ଶାନ୍ତ କରିଥାଏ, ଯାହାକି ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଏହି ବାମହାତୀ ବ୍ୟାଟ୍ସମ୍ୟାନ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର