ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ୫ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାଓ୍ଵନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଶିଖର ଧାଓ୍ଵନ ୧୨୪.୩୫ ହାରରେ ୧୧୫ ବଲ୍ ଖେଳି ୧୪୩ ରନ୍ କରିଛନ୍ତି। ଏଥିରେ ୧୮ଟି ଚୌକା ଓ ୩ଟି ଛକା ସାମିଲ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଂଜାବର ମୋହାଲିସ୍ଥିତ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଥିଲା। ସ୍କୋର ୧୯୩ ରନ୍ରେ ରୋହିତ ଶର୍ମା (୯୫ ରନ୍, ୯୨ ବଲ, ୭ ଚୌକା ଓ ୨ ଛକା) ଆଉଟ୍ ହୋଇଥିଲେ। ସ୍କୋର ୨୫୪ ରନ୍ରେ ଶିଖର ଧାଓ୍ଵନ୍ ଆଉଟ୍ ହୋଇଥିଲେ। ଧାଓ୍ଵନ୍ ପେଟ୍ କମ୍ବିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।
ଶିଖର ଧାଓ୍ଵନ୍ ରାଂଞ୍ଚି, ନାଗପରୁ ଓ ହ୍ରାଇଦ୍ରାବାଦ୍ରେ ଭଲ ବ୍ୟାଟିଂ କରି ନଥିଲେ ବି ଆଜି ସତର୍କତା ମୂଳକ ବ୍ୟାଟିଂ କରିଛନ୍ତି। ଫଳରେ ଭାରତ ମଜବୁତ୍ ସ୍ଥିତିରେ ପହଂଚିଛି।