ଶିଖର ଧାଓ୍ଵନଙ୍କ ସ୍ଥାନରେ କିଏ? ଶ୍ରେୟସ ଆୟାର ଓ ଋଷଭ ପନ୍ତ

ନୂଆଦିଲ୍ଲୀ: ବିଶ୍ୱକପ୍‌-୨୦୧୯ର ଭାରତୀୟ ଅଭିଯାନକୁ ଶିଖର ଧାଓ୍ଵନ ଆଘାତ ହେବା ପରେ ଶକ୍ତ ଝଟକା ଲାଗିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଶିଖର ଧାଓ୍ଵନ ଆଘାତ ପାଇଥିଲେ। ସେହି ସମୟରେ ତାଙ୍କର ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। କୁହାଯାଉଛି ଯେ, ସେ ପୂରା ବିଶ୍ୱକପ୍‌ରେ ବାହାରେ ବସି ପାରନ୍ତି। ଏବେ ଚର୍ଚ୍ଚା ହେଉଛି ଯେ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆରେ କିଏ ପ୍ରବେଶ କରିବେ। ଯାହା ଅନୁମାନ କରାଯାଉଛି, ଶ୍ରେୟସ ଆୟାର ଓ ଋଷଭ ପନ୍ତ ଶିଖରଙ୍କ ସ୍ଥାନ ନେଇପାରନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଶିଖର ଧାଓ୍ଵନଙ୍କ ସ୍ଥାନରେ ଯୁବ ଓ୍ଵିକେଟକିପର ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ବର୍ତ୍ତମାନ ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲ ଓପନିଂ କରିପାରନ୍ତି। ପନ୍ତ ନିମ୍ନ କ୍ରମରେ ବ୍ୟାଟିଂ କରିପାରନ୍ତି।

Hindustan

ସୂଚନାଯୋଗ୍ୟ ପନ୍ତଙ୍କୁ ବିଶ୍ୱକପରେ ସ୍ଥାନ ମିଳି ନଥିଲା। ଏଥି ପାଇଁ ଭାରତୀୟ କ୍ରିକେଟ ଜଗତରେ ବହୁ ଆଲୋଚନା ଓ ସମାଲୋଚନା ହୋଇଥିଲା। ପରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଅମ୍ବାତି ରାୟଡୁ ସମେତ ଋଷଭ ପନ୍ତଙ୍କୁ ଷ୍ଟାଣ୍ଡବଏ ଖେଳାଳି ଭାବେ ରଖାଯିବ।

ପନ୍ତ ଆଇପିଏଲ ୨୦୧୯ରେ ଭଲ ପ୍ରଦର୍ଶନ କରିଥିଲେ। ସେତେବେଳେ ସେ ୧୬ଟି ମ୍ୟାଚ୍‌ରେ ୪୮୮ ରନ୍‌ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ମାତ୍ର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖେଳିବା ତାଙ୍କର ଅଭିଜ୍ଞତା ନାହିଁ। ପନ୍ତ ୫ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ୯୩ ରନ୍‌ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୩୬ ରନ୍‌।

Samachar Nama

ଅନ୍ୟପଟରେ ଚର୍ଚ୍ଚା ହେଉଛି ଯେ, ଶିଖରଙ୍କ ସ୍ଥାନରେ ଆୟାର ଖେଳିପାରନ୍ତି। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ୍‌ର ଅଧିନାୟକ ଥିଲେ। ତାଙ୍କର ଅଧିନାୟକତ୍ୱରେ ଦିଲ୍ଲୀ ଟିମ୍‌ ପ୍ରଥମ ଥର ପ୍ଲେଅପ୍‌ ଯାଏଁ ପହଂଚିଥିଲା।

ସମ୍ବନ୍ଧିତ ଖବର