ଅନେକ ଦିନ ପରେ ପୁଅ ଜୋରାବରକୁ ଦେଖି କୋଳେଇ ନେଲେ ଶିଖର ଧୱନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୁଅ ଜୋରାବରକୁ ଦେଖି ଭାବବିହ୍ବଳ ‌ହେଲେ ଭାରତୀୟ କ୍ରିକେଟର ଶିଖର ଧୱନ। ଟିମ୍ ଇଣ୍ଡିଆର ଓପନର୍ ଶିଖର ଧୱନ ନ୍ୟୁଜିଲ୍ୟାଣ୍ଡରେ ହେବାକୁ ଥିବା ଓଡିଆଇର ଅଧିନାୟକ ହେବେ। ଏହି ସିରିଜ୍ ନଭେମ୍ବର ୨୫ରୁ ଆରମ୍ଭ ହେବ। ସିରିଜ ଆରମ୍ଭ ହେବା ପୂର୍ବରୁ ଶିଖର ଧୱନ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜଣାପଡ଼ିଛି। ଏଠାରେ ସେ ତାଙ୍କ ପୁଅ ଜୋରାବରକୁ ଭେଟିଥିବାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁସି ହେବା ସହ ଭାବବିହ୍ବଳ ହୋଇଯାଇଥିବା ଦେଖାଯାଇଛି।

ଶିଖର ଧୱନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅ ଜୋରାବରଙ୍କୁ ଭେଟି ଖୁସିରେ ତାଙ୍କୁ କୋଳେଇ ନେଇ ଆଲିଙ୍ଗନ କରୁଥିବା ଦେଖାଯାଇଛି। ‘ତୁ ଜୋ ମିଲା’ ଗୀତ ସହିତ ଶିଖର ଏହି ଭିଡିଓ ସେୟାର କରିଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

ଉଲ୍ଲେଖଯୋଗ୍ୟ, ଶିଖର ଧୱନଙ୍କ ପୁଅ ଜୋରାବର୍ ବର୍ତ୍ତମାନ ତାଙ୍କ ମା’ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି। ଶିଖର ଧୱନ ଏବଂ ଆୟେଶା ପରସ୍ପରକୁ ଛାଡ଼ପତ୍ର ଦେଇଥିବା ବେଳେ ଏବେ ଜୋରାବର ତାଙ୍କ ମା’ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି।

ତେବେ ଟି-୨୦ ବିଶ୍ୱକପ ହାରିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି। ଅନେକ ବରିଷ୍ଠ ଖେଳାଳିଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହୋଇଥିବା ବେଳେ ଶିଖର ଧାୱନ ଓଡିଆଇ ପାଇଁ ଦଳର ନେତୃତ୍ୱ ନେବେ।

ସମ୍ବନ୍ଧିତ ଖବର