ମ୍ୟୁଜିକ୍‌ ପ୍ରିୟ ଶିଖର ଧାଓ୍ଵନଙ୍କ ମ୍ୟୁଜିକ୍‌ ବଜାଇବା ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦର ଓପନର ବ୍ୟାଟ୍ସsମ୍ୟାନ ଶିଖର ଧାଓ୍ଵନ୍‌ ଫ୍ଲୁଏଟ୍‌ ବଜାଉଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖେଳ ପଡ଼ିଆରେ ତାଙ୍କ ନିଶୁଆ ଷ୍ଟାଇଲ୍‌କୁ ଦେଖି ତାଙ୍କୁ ଗର୍ବ ବୋଲି ଡାକୁଥିଲେ। ସେ ଏଥିରେ କିଛି ମାଇଣ୍ଡ କରୁନଥିଲେ।

ନିଜର ମ୍ୟୁଜିକ୍‌ ପ୍ରତି ଦୁର୍ବଳତା ଥିବା ବିଷୟରେ ସେ କହିଛନ୍ତି, ଗତ ତିନି ବର୍ଷ ତଳୁ ତାଙ୍କର ମ୍ୟୁଜିକ୍‌ ପ୍ରତି ଆଗ୍ରହ ବଢ଼ିଛି। ସେ ସେଥିପାଇଁ ମ୍ୟୁଜିକ୍‌ ବଜାଇବା ଶିକ୍ଷା ନେଉଥିଲେ। ତାଙ୍କର ଗୁରୁ ବେଣୁଗୋପାଳଜୀ ଏଥିିରେ ତାଙ୍କୁ ସାହାଯ୍ୟ କରିଛନ୍ତି।

୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ୍‌ ଆଇପିଏଲ୍‌ ୨୦୧୮ରେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କର ଦଳ ସନରାଇଜର୍ସ ହାଇଦ୍ରାବାଦ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ ପାଖରୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇ ରନର୍ସ ହୋଇଥିଲା। ଏହି ମ୍ୟାଚ୍‌ରେ ଧାଓ୍ଵନ ବ୍ୟକ୍ତିଗତ ଅପରାଜିତ ୯୨ ରନ୍‌ କରିଥିଲେ। ସେ ଆଇପିଏଲ୍‌ ୧୮ରେ ସମୁଦାୟ ୧୬ଟି ମ୍ୟାଚ୍‌ରୁ ୪୯୭ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର