କ୍ରିକେଟର ଶିଖର ଧାୱନ ଲୁଗା କାଚିଲେ, ପାଇଖାନା ସଫା କଲେ

ନୂଆଦିଲ୍ଲୀ : କରୋନା ଆତଙ୍କ ପାଇଁ କ୍ରୀଡ଼ାବିତ୍‌ମାନେ ବାହାରକୁ ବାହାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଗୃହାବଦ୍ଧରେ ରହିଛନ୍ତି। ଏଭଳି ସ୍ଥିତିରେ ଖାଲି ସମୟକୁ ସେମାନେ କେମିତି କାଟୁଛନ୍ତି, ତା’ର ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ପ୍ରଶଂସକଙ୍କୁ ନିଜ ବିଷୟରେ ଅବଗତ କରାଉଛନ୍ତି।

ବୁଧବାର ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ପ୍ରକାଶ କରିଥିବା ଏକ କୌତୁକିଆ ଭିଡିଓ କିନ୍ତୁ ବେଶ୍ ଚର୍ଚିତ ହୋଇଛି। ଏଥିରେ ମାତ୍ର ୭ ଦିନ ଘରେ ରହିବା ପରେ ପତ୍ନୀ ଆୟେଶା ତାଙ୍କୁ କିଭଳି ଘର କାମରେ ଲଗାଇ ଦେଇଛନ୍ତି, ତାହା ଜଣାଇଛନ୍ତି ଧାୱନ। ଏହି ମଜାଦାର ଭିଡିଓରେ ଧାୱନ ଲୁଗା କାଚୁଥିଲା ବେଳେ ଆୟେଶା ମେକ ଅପ୍ କରିବାରେ ବ୍ୟସ୍ତ ଅଛନ୍ତି। ଧାୱନ ମୁଣ୍ଡରେ ହାତ ବାଡ଼େଇ, ସେ କିଭଳି ଅତ୍ୟାଚାରର ଶିକାର ହେଉଛନ୍ତି, ତାହା ଜଣାଇବାକୁ ଚେଷ୍ଟା କରୁଛନ୍ତି। ସେହିଭଳି ହାତଯୋଡ଼ି ତାଙ୍କୁ କ୍ଷମା‌ କରି ଆୟେଶାଙ୍କୁ ନେହୁରା ହେଉଛନ୍ତି। ଅନ୍ୟ ଏକ ‌ଫ୍ରେମରେ ଧାୱନ ବ୍ରସ୍ ଧରି ପାଇଖାନା କମୋଡ୍ ସଫା କରୁଥିଲା ବେଳେ ଆୟେଶା ବାଡ଼ି ଧରି ତାଙ୍କୁ ତୁରନ୍ତ ଏହି କାମ ଶେଷ କରିବାକୁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳୁଛି। ୩୪ ବର୍ଷୀୟ ଧାୱନ ମଧ୍ୟ ପତ୍ନୀ ଆୟେଶାଙ୍କ ଡରରେ ତରବର ହୋଇ କମୋଡଟିକୁ ସଫା କରି ଚାଲୁଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଥିବା ଭିଡିଓ‌ ତଳେ ସେ ଲେଖିଛନ୍ତି ଯେ ଘରେ ଗୋଟିଏ ସପ୍ତାହ କଟାଇବା ପରର ଜୀବନ। ବାସ୍ତବିକତା ସତରେ ବହୁତ କଷ୍ଟ।

ସମ୍ବନ୍ଧିତ ଖବର