ହୋଟେଲ ରୁମରେ ମନ ଲାଗିଲାନି, ବିଶ୍ରାମ ବଦଳରେ ସାଥୀଙ୍କ ଅଭ୍ୟାସକୁ ଉପଭୋଗ କଲେ ଧାୱନ

ନଟିଙ୍ଗହାମ: ଆଗାମୀ ମ୍ୟାଚ ପାଇଁ ପଡିଆରେ ଚାଲିଛି ଜୋରଦାର ଅଭ୍ୟାସ | କ୍ରିକେଟର ଏହି ମହାକୁମ୍ଭରେ ନିଜକୁ ସାମିଲ କରି ଭାରତ ପାଇଁ ଗୌରବ ଆଣିବାକୁ ତାଙ୍କର ବି ଇଚ୍ଛା ଥିଲା | କିନ୍ତୁ ଆଙ୍ଗୁଠି ସାଥ ଦେଲାନି | ତଥାପି ହୋଟେଲ ରୁମରେ ବିଶ୍ରାମ ନେବା ବଦଳରେ ସାଥି ଖେଳାଳିଙ୍କ ସହ ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି ଶିଖର | ସେଥିପାଇଁ ନଟିଙ୍ଗହାମରେ ଆଗାମୀ ନ୍ୟୁଜିଲାଣ୍ଡକୁ ମୁକାବିଲା କରିବା ପାଇଁ ଭାରତ ଅଭ୍ୟାସ ଜାରି ରଖିଥିବାବେଳେ ପହଁଚିଯାଇଥିଲେ ଶିଖର |

ସାଥି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଏକୁଟିଆ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା | ସାମର୍ଥ୍ୟ ଥିବ, ଭଲ ଦଳ ଥିବ ହେଲେ ସ୍ୱାସ୍ଥ୍ୟ ସାଥ ଦେଉନଥିବା ଯାହା ଶିଖରଙ୍କ କ୍ଷେତ୍ରରେ ଏବେ ଠିକ ସେମିତି ଅବସ୍ଥା |

ଏଠାରେ ସୂଚନା ଥାଉ କି ବ୍ୟାଟିଂ ବେଳେ ବୁଢା ଆଙ୍ଗୁଠିରେ ଆଘାତ ପାଇଥିବା ଶିଖରଙ୍କ ସ୍କାନ ପରେ ହାଡ ଫାଟିଯାଇଥିବା ଜଣାପଡିଥିଲା । ତେଣୁ ଅତିକମରେ ତାଙ୍କୁ ୩ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ | ତେବେ ରିଷଭ ପଂଥଙ୍କୁ ଏବେ ବ୍ୟାକ ଅପ ଖେଳାଳି ଭାବେ ନିଆଯାଇଛି |

ସମ୍ବନ୍ଧିତ ଖବର