ଭୁବନେଶ୍ୱର: ସହିଦ ନଗର ଇମ୍ଫା ପାର୍କ ବାସ୍କେଟ୍ବଲ୍ ଷ୍ଟାଡିୟମ୍ରେ ୪ ଦିନ ଧରି ଚାଲିଥିବା ଯୁବା ବାସ୍କେଟ୍ବଲ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ ଭୁବନେଶ୍ୱରର ସାଇନିଂ ଷ୍ଟାର୍ ଦଳ ୭୨-୬୯ ପଏଣ୍ଟ୍ରେ ରୋମାଞ୍ଚକ ଭାବେ କଳିଙ୍ଗ ବାସ୍କେଟ୍ବଲ୍ ଓ୍ଵାରିୟର୍ସକୁ ପରାସ୍ତ କରି ବିଜେତା ହୋଇଛି। ଦୀନେଶ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ଅନୁଷ୍ଠିତ ତୃତୀୟ ସ୍ଥାନ ମୁକାବିଲାରେ ମଦର୍ସ ବାସ୍କେଟ୍ବଲ୍ କ୍ଲବ୍ ୪୦-୩୦ରେ କଟକ ବାସ୍କେଟ୍ବଲ୍ ୟୁନିଅନ୍କୁ ପରାସ୍ତ କରିଥିଲା। ସେହିଭଳି ସେମିଫାଇନାଲ୍ରେ ସାଇନିଂ ଷ୍ଟାର୍ ୬୭-୩୮ରେ ମଦର୍ସକୁ ଏବଂ କଳିଙ୍ଗ ୬୬-୪୬ରେ କଟକ ବାସ୍କେଟ୍ବଲ୍ ୟୁନିଅନକୁ ପରାସ୍ତ କରିଥିଲା। ଅନିମେଶ ଖାଡ଼େଙ୍ଗା (କେବିସି) ଏବଂ ରାହୁଲ (ସାଇନିଂ) ସେମିଫାଇନାଲ୍ ଦ୍ୱୟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଧାୟକ ବିଜୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କର୍ପୋରେଟର୍ ଶାଶ୍ୱତୀ ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଠା ସରୋଜ କୁମାର ପାତ୍ର, ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି, ସମ୍ପାଦକ ଦେବୀକାନ୍ତ ପ୍ରଧାନ, ସଂଯୋଜକ ପ୍ରହଲ୍ଲାଦ ବେହେରା ଅତିଥି ଥିଲେ। ମୁନା ଗୌଡ଼, ବିଦ୍ୟଶକ୍ତି ମହାପାତ୍ର, ଆଦର୍ଶ ପଟ୍ଟନାୟକ, ମୁକେଶ କୁମାର କହଁର, ମଣ୍ଟୁ ଜେନା ପ୍ରତିଯୋଗିତା ପରିଚାଳନା କରିଥିଲେ। ସନ୍ତୋଷ ଓ ସ୍ୱାଧୀନ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନ ପାଇଥିଲେ।
ଯୁବା ବାସ୍କେଟ୍ବଲ୍: ସାଇନିଂ ଷ୍ଟାର୍ ବିଜେତା
/sambad/media/post_attachments/wp-content/uploads/2018/02/yuba-champion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)