ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ଅନ୍ୟତମ ପ୍ରଶିକ୍ଷକ ଭାବେ ପରିଚିତ ଶିବ ପ୍ରସାଦ ମିଶ୍ର ଏବେ ଅନ୍ତର୍ଜାତୀୟ ପ୍ରଶିକ୍ଷକ

ଭୁବନେଶ୍ବର : ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ଅନ୍ୟତମ ପ୍ରଶିକ୍ଷକ ଭାବେ ପରିଚିତ ଶିବ ପ୍ରସାଦ ମିଶ୍ର ଏବେ ଅନ୍ତର୍ଜାତୀୟ ପ୍ରଶିକ୍ଷଣର ପ୍ରଥମ ଚରଣ ଅତିକ୍ରମ କରିଛନ୍ତି। ଗୌହାଟୀରେ ଡିସେମ୍ବର ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦର ସିଇସି (‌ପ୍ରଶିକ୍ଷଣ ଶିକ୍ଷା ପାଠ୍ୟକ୍ରମ)ର ଲେବୁଲ୍‌-୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶ୍ରୀ ମିଶ୍ର ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରଶିକ୍ଷକ ହେବାର ଗୌରବ ପାଇଛନ୍ତି। ଏହା ଦ୍ବାରା ଆମେ ପ୍ରଥମେ କନିଷ୍ଠ ବର୍ଗର ବିଶ୍ବସ୍ତରୀୟ ପ୍ରତିଯୋଗିତା ପରିଚାଳନା କରିବାର ସୁଯୋଗ ପାଇପାରିବୁ‌ ବୋଲି କହିଛନ୍ତି ଶ୍ରୀ ମିଶ୍ର। ଏହି ୧୨ ଦିନିଆ ପାଠ୍ୟକ୍ରମରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କାରୁ ବହୁ ଜାତୀୟ ସ୍ତରର ଦୌଡ଼କୁଦ ପ୍ରଶିକ୍ଷକ ଭାଗ ନେଇଥିଲେ। ଓଡ଼ିଶାରୁ ଶ୍ରୀ ମିଶ୍ର ଏକମାତ୍ର ପ୍ରଶିକ୍ଷକ ଥିଲେ। ୨୦୦୯ ମସିହାରୁ ଜାତୀୟ ସ୍ତରର ପ୍ରଶିକ୍ଷକ ହୋଇଥିବା ଶ୍ରୀ ମିଶ୍ର ମଧ୍ୟ ଓଡ଼ିଶା ବର୍ଷିୟାନ ଦୌଡକୁଦ ସଂଘ (ଏମଜିଏଓ)ର ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର