ଶିବସୁନ୍ଦର ଏନ୍‌ସିଏ ଲେଭଲ-୨ ପାଠ୍ୟକ୍ରମରେ କୃତକାର୍ଯ୍ୟ

କଟକ: ଆନ୍ତର୍ଜାତିକ କ୍ରିକେଟର ତଥା ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ଶିବସୁନ୍ଦର ଦାସ ଜାତୀୟ କ୍ରିକେଟ୍‌ ଏକାଡେମୀର ହାଇବ୍ରିଡ୍‌ ଲେଭଲ-୨ ପ୍ରଶିକ୍ଷଣ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫେବ୍ରୁଆରି ୧୪ରୁ ୧୭ ତାରିଖ ମଧ୍ୟରେ ହୋଇଥିବା ଏହି ପାଠ୍ୟକ୍ରମରେ ସେ ୭୫ ପ୍ରତିଶତ ମାର୍କ ରଖିଥିଲେ। ଫଳରେ ଲେଭଲ-୩ ପାଠ୍ୟକ୍ରମ ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନସୁଦ୍ଧା ଓଡ଼ିଶାରୁ କେବଳ ରାଜ୍ୟ ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ଆର‌୍‌ ଶ୍ରୀକାନ୍ତ ଲେଭଲ-୩ ପାଠ୍ୟକ୍ରମ ଶେଷ କରିଛନ୍ତି। ଶିବସୁନ୍ଦରଙ୍କ ଏହି ସଫଳତା ପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର