ଏସୀୟ ମୁ‌ଷ୍ଟିଯୋଦ୍ଧା କ୍ବାର୍ଟରରେ ଶିବ ଥାପ୍ପା

ନୂଆଦିଲ୍ଲୀ : ଭାରତୀୟ ମୁ‌ଷ୍ଟିଯୋଦ୍ଧା ଶିବ ଥାପ୍ପା ଜୋର୍ଡାନ୍‌ରେ ଚାଲିଥିବା ଏସୀୟ ଏଲିଟ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ୬୩.୫ କେଜି ବର୍ଗରେ ମଙ୍ଗୋଲିଆର ବି. ଟୁଗୁଲଡୁରଙ୍କୁ ପ୍ରିକ୍ବାର୍ଟରଫାଇନାଲ୍‌ରେ ୩-୨ରେ ପରାସ୍ତ କରି ଶିବ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ହାଇଦର ଆଲସାଲି ଓ ମିନ୍‌ସୁ ଚୋଇଙ୍କ ମଧ୍ୟରେ ହେବାକୁଥିବା ପ୍ରିକ୍ବାର୍ଟର ମ୍ୟାଚ୍‌ର ବିଜେତାଙ୍କ ସହିତ ଶିବ କ୍ବାର୍ଟରଫାଇନାଲ୍‌ରେ ଲଢ଼ିବେ। ଅନ୍ୟପକ୍ଷରେ ଅଲମ୍ପିକ କାଂସ୍ୟ ପଦକ ବିଜେତା ଲଭଲିନାଙ୍କ ସହିତ ୭ଜଣ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଶନିବାରଠୁ ସିଧାସଳକ କ୍ବାର୍ଟରଫାଇନାଲ୍‌ରେ ଅଭିଯାନ ଆରମ୍ଭ କରିବେ। ନିଜର ଓଜନବର୍ଗ ବଦଳାଇଥିବା ଲଭଲିନା ପ୍ରଥମ ଥର ପାଇଁ ଆନ୍ତର୍ଜାତିକସ୍ତରରେ ୭୫ କେଜି ବର୍ଗରେ ଲଢ଼ିବେ। ପ୍ରଥମ ମ୍ୟାଚ୍‌ରେ କାଜାଖସ୍ତାନର ପୂର୍ବତନ ବିଶ୍ବ ବିଜେତା ଭାଲେଣ୍ଟିନା ଖାଲଜୋଭାଙ୍କ ସହିତ ଲଭ୍‌ଲିନାଙ୍କ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର