ନାଗପୁର ଟ୍ବେଣ୍ଟି-୨୦ ପାଇଁ ଶିବ ତ୍ରିପାଠୀ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀଙ୍କୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ସୁଯୋଗ। ସେପ୍ଟେମ୍ବର ୨୩ ତାରିଖରେ ନାଗପୁରରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ‌ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଶିବ ପ୍ରସାଦ ବିସିସିଆଇ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ଶିବ ପ୍ରସାଦଙ୍କ ନିକଟରେ ପ୍ରଚୁର ଅଭିଜ୍ଞତା ରହିଛି। ୨୦୦୬‌ରେ ସେ ଜୟପୁରଠାରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ ଏବଂ ୨୦୧୬ରେ ମୋହାଲିଠାରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ଲାଗି ମଧ୍ୟ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀ ତ୍ରିପାଠୀଙ୍କୁ ଓସିଏ ସମ୍ପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର