ନୂଆଦିଲ୍ଲୀ: ଭାରତୀୟ ଦଳର ଅଲରାଉଣ୍ଡର୍ ଶିଭମ୍ ଦୁବେଙ୍କ ପାଇଁ ରବିବାର ଦିନଟି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଶିଭମଙ୍କୁ ରବିବାର ଦିନ ଦୁଇଟି ବଡ ଶୁଭ ଖବର ମିଳିଛି। ୧୩ ଫେବ୍ରୁଆରିର ସକାଳେ ଶିଭମ୍ ପ୍ରଥମ ଥର ପାଇଁ ବାପା ହୋଇଥିଲେ ଓ ଏହାର କିଛି ଘଣ୍ଟା ପରେ ଅପରାହ୍ନରେ ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। ଶିଭମ୍ ଗତବର୍ଷ ମୁମ୍ବାଇରେ ନିଜ ପ୍ରେମିକା ଅଞ୍ଜୁମ୍ ଖାନଙ୍କୁ ବିବାହ କରିଥିଲେ।

Advertisment

publive-image

ରବିବାର ଅଞ୍ଜୁମ୍ ଏକ ପୁତ୍ରକୁ ଜନ୍ମ ଦେଇଛନ୍ତି। ଶୁଭମ୍ ନିଜ ସ୍ତ୍ରୀ ଓ ନବଜାତକ ପୁଅର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଏକ ଖୁସିର ଲହର ଆମ ଘରକୁ ଆସିଛି। ପୁଅ ଭାବେ ଆମକୁ ଆଶୀର୍ବାଦ ମିଳିଛି। ଶୁଭମଙ୍କ ଏହି ଫଟୋକୁ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ସୋସିଆଲ ମିଡିଆରେ ସେୟାର କରିଛି। ସିଏସକେ ଦଳକୁ ଆସିବା ପରେ ଶିଭମ୍ ଦୁବେ ଏକ ଭିଡିଓ ବନାଇ କହିଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଖେଳିବା ଏକ ସ୍ଵପ୍ନ ଥିଲା ଯାହା ପୂରଣ ହେବାକୁ ଯାଉଛି।

୨୦୨୧ ଆଇପିଏଲରେ ଶିଭମ୍ ଦୁବେ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ ଥିଲେ। ଗତବର୍ଷ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷରେ ଶିଭମ୍ ଦୁବେଙ୍କୁ କିଣିଥିଲା। ଏଥର ଶିଭମଙ୍କ ପ୍ରାରମ୍ଭିକ ମୂଲ୍ୟ ନିଲାମରେ ୫୦ ଲକ୍ଷ ଥିଲା। ଏହାର ୮ ଗୁଣା ଅଧିକ ଦେଇ ସିଏସକେ ଶିଭମଙ୍କୁ ଦଳରେ ନେଇଛି। ଏହା ପୂର୍ବରୁ ସେ ଆରସିବି ଓ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି।