ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ମୁମ୍ବାଇ ରଣଜୀ ଟିମ୍ର ଖେଳାଳି ଶିଭମ୍ ଦୁବେଙ୍କୁ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ କୋଟି ଟଙ୍କାରେ କିଣିଛି। ଶିଭମ୍ଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ଚଳିତ ରଣଜୀ ମ୍ୟାଚ୍ରେ ରଣଜୀ ସୋମବାର ୭ ବିଶାଳ ଛକା ମାରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏଥି ପାଇଁ ଦୁବେଙ୍କ ଉପରେ ପ୍ରାୟୋଜକମାନେ ନିଲାମୀ ଚାଲିଥିବା ବେଳେ ନଜର ରଖିଥିଲେ।
କୋଚ୍ ନିଲେଶ ଭୋସଲେ କହିଛନ୍ତି, ଶିଭମ୍ ଗ୍ରାଉଣ୍ଡରେ ସଂପୂର୍ଣ୍ଣ ରୂପେ ଅନ୍ପିଟ୍ ଖେଳାଳି ଥିଲା। ଶିଭମ୍ ପ୍ରତିଭା ସଂପୂର୍ଣ୍ଣ ଖେଳାଳି ହୋଇଥିଲେ ବି ମୋଟା ଯୋଗୁଁ ତାକୁ ଖେଳିବାରେ ଅସୁବିଧା ହେଉଥିଲା। ଶିଭମ୍ଙ୍କ ପିତା ରାଜେଶ ଦୁବେ କ୍ଷୀର, ବାଦାମ ଏବଂ ପିସ୍ତା ନେଇ ପଡ଼ିଆକୁ ଆସୁଥିଲେ। ଶିଭମ୍ ଜଣେ ଭଲ ବୋଲର, ଯାହାକୁ ସେ ଅଣ୍ଡର-୧୪ରେ ପ୍ରମାଣିତ କରିଛନ୍ତି। ମାତ୍ର ଏକଦା ପିଠି ଦରଜ ଯୋଗୁଁ ଶିଭମ୍ଙ୍କ କ୍ୟାରିୟର ପ୍ରଭାବିତ ହୋଇଥିଲା।
ଫିଟ୍ନେସ୍ ଗତ ସମସ୍ୟା ଯୋଗୁଁ ଶିଭମ୍ଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ରହିବାକୁ ପଡ଼ିଥିଲା। ୧୪ ରୁ ୧୯ ବର୍ଷ ପର୍ଯ୍ୟନ୍ତ ମଧ୍ୟରେ କ୍ରିକେଟ ନ ଖେଳିବା ନେଇ ଶିଭମ୍ କହୁନ୍ତି, ମୋର ପିତା ପୁଣି ଥରେ ମୋତେ କ୍ରିକେଟ ପଡ଼ିଆକୁ ନେଇ ଆସିଥିଲେ। ସେ କ୍ରିକେଟ ବିଷୟରେ ପଣ୍ଡିତ ହୋଇ ନଥିଲେ ବି ମୋତେ ଖେଳିବାକୁ ସୁଯୋଗ ଦେଉଥିଲେ। ପିତା ମୋ ପାଇଁ ଘର ନିକଟରେ ଏକ ପିଚ୍ ତିଆରିଛନ୍ତି।