ଭୁବନେଶ୍ବର: ଜୁନ୍ ୧୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନରେ ଆୟୋଜିତ ହେବାକୁଥିବା ସ୍ପେସାଲ ଅଲିମ୍ପିକ୍ ବିଶ୍ବ ସମର ଗେମ୍ସ ଲାଗି ଭାରତୀୟ ୟୁନିଫାଏଡ ବିଚ୍ ଭଲିବଲ୍ ଦଳରେ ଓଡ଼ିଶାର ଶିବାନୀ ପ୍ରିୟଦର୍ଶନୀ ଓ ମାମାଲି ନାଗ ସ୍ଥାନ ପାଇଛନ୍ତି। ଏହି ଦୁଇ କିଟ୍ ଛାତ୍ରୀ ଗତ ୧୬ ତାରିଖରେ କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଚୟନ ଟ୍ରାଏଲ୍ସରେ ସୁନ୍ଦର ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପକ୍କା କରିଥିଲେ। ଜାତୀୟ ଦଳର ପ୍ରଶିକ୍ଷଣ ଶିବିର ଏପ୍ରିଲ ୨୪ରୁ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହାପରେ ଦଳ ବର୍ଲିନ ଗସ୍ତ କରିବ।
ଶିବାନୀ ଏମ୍ଏ (ସୋସିଓଲୋଜି) ଏବଂ ମାମାଲି ବିଏ (ସୋସିଓଲୋଜି) ପ୍ରଥମ ବର୍ଷ ଛାତ୍ରୀ। ଉଭୟ କ୍ରୀଡ଼ା କୋଟାରେ କିଟ୍ରେ ପଢ଼ୁଛନ୍ତି। ମାମାଲି ଗତବର୍ଷ କାଜକସ୍ତାନରେ ଆୟୋଜିତ ୨୦ ବର୍ଷରୁ କମ୍ ମହିଳା ଏସୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ ଉଭୟ ଓଡ଼ିଶା ଭଲିବଲ୍ ଇତିହାସରେ ପ୍ରଥମ ଥର ଲାଗି ସ୍ପେସାଲ ଅଲିମ୍ପିକ୍ ସମର୍ ଗେମ୍ସରେ ଖେଳିବାକୁ ଯାଉଛନ୍ତି। ସହଯୋଗ ଲାଗି ଶିବାନୀ ଓ ମାମାଲି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ସ୍ପେସାଲ ଅଲିମ୍ପିକ୍ ଭାରତର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/5sf64h654fhhfsfhsfshfh.jpg)