ନୂଆଦିଲ୍ଲୀ : କରୋନା ଭୂତାଣୁ ବିପକ୍ଷ ଲଢ଼େଇ ପାଇଁ ଅର୍ଥ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦିନିକିଆ ଶୃଙ୍ଖଳା ଆୟୋଜନ ଲାଗି ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖ୍ତର ପ୍ରସ୍ତାବ ରଖିଥିଲେ। ତାଙ୍କର ଏହି ପ୍ରସ୍ତାବକୁ କିଛି ଦିନ ତଳେ ଭାରତର ବିଶ୍ବକପ୍ ବିଜେତା ଅଧିନାୟକ କପିଳ ଦେବ ସମାଲୋଚନା କରିବା ସହ “ଭାରତର ଅର୍ଥ ଦରକାର ନାହିଁ” ବୋଲି କହିଥିଲେ। ଖେଳାଳିମାନଙ୍କୁ ଭାରତ ବିପଦରେ ପକାଇବନି ବୋଲି କହି କପିଳ ଏହାକୁ ଖାରଜ କରିଥିଲେ। କପିଳଙ୍କ ସହ ମଙ୍ଗଳବାର ଯୋଡ଼ି ହୋଇଥିଲେ କିଂବଦନ୍ତି ସୁନିଲ ଗାଭାସ୍କର। ଅଖତର୍ଙ୍କ ଏହି ଦ୍ୱିପାକ୍ଷିକ ଶୃଙ୍ଖଳା ପ୍ରସ୍ତାବକୁ ଗାଭାସ୍କର ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ ଲାହୋରରେ ତୁଷାରପାତ ହୋଇପାରେ, ହେଲେ ସାଂପ୍ରତିକ ସମୟରେ ଭରତ-ପାକିସ୍ତାନ ଶୃଙ୍ଖଳା ଅସମ୍ଭବ ବୋଲି କହିଥିଲେ। ବୁଧବାର ଅଖ୍ତର ଏହାର ଜବାବ ଦେଇଛନ୍ତି। ସନ୍ନି ଭାଇ, ଗତ ବର୍ଷ ଆମ ଲାହୋରରେ ସତକୁ ସତ ତୁଷାରପାତ ହୋଇଥିଲା। ତେଣୁ କିଛି ଅସମ୍ଭବ ନୁହେଁ ବୋଲି ସୋଏବ ନିଜ ଟ୍ୱିଟର୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏଥିସହ ସେ ଗାଭାସ୍କରଙ୍କ ଫଟୋ ସହ ଲାହୋରରରେ ତୁଷାରପାତ ହେଉଥିବାର ଫଟୋ ଛାଡ଼ିଛନ୍ତି।
ଗାଭାସ୍କରଙ୍କୁ ଜବାବ ଦେଲେ ଅଖ୍ତର, ‘ଭାଇ ଗତ ବର୍ଷ ଲାହୋରରେ ସତରେ ତୁଷାରପାତ ହୋଇଥିଲା’
/sambad/media/post_attachments/wp-content/uploads/2020/04/lahor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)