ଇସ୍ଲାମାବାଦ : କରୋନା ମହାମାରୀକୁ ନେଇ ସାଂପ୍ରତିକ ଲକ୍ଡାଉନ୍ ବେଳେ କିଂବଦନ୍ତି ପାକ୍ ଦ୍ରୁତ ବୋଲର ସୋଏବ୍ ଅଖ୍ତର ଇସ୍ଲାମାବାଦରେ ସାଇକେଲ ଚଲାଉଥିବାର ଏକ ଭିଡିଓ ଫେସ୍ବୁକ୍ରେ ଛାଡ଼ିଛନ୍ତି। ଏହାର କ୍ୟାପସନ୍ ରଖିଛନ୍ତି ‘‘ମୋର ସୁନ୍ଦର ସହରରେ ସାଇକେଲ ଚଲାଉଛି। ଫାଙ୍କା ରାସ୍ତା, ମଜା ଲାଗୁଛି’’। କିନ୍ତୁ ସୋଏବ୍ଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିପାରିନାହିଁ। ବରଂ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶ ଲକ୍ଡାଉନ୍ ଥିଲା ବେଳେ ତାଙ୍କ ସାଇକେଲ ଚଲାଇବାକୁ ଅଧିକାଂଶ ସମାଲୋଚନା କରିଛନ୍ତି। କାରଣ ସୋଏବ୍ କରୋନା ବିପକ୍ଷ ଲଢ଼େଇ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ପୂର୍ବରୁ ଦେଶବାସୀଙ୍କୁ ଅନୁରୋଧ କରୁଥିଲା ବେଳେ ଆଦର୍ଶ ବନିବା ପରିବର୍ତେ ନିଜେ କିପରି ଏଭଳି ବ୍ୟବହାର କରୁଛନ୍ତି ବୋଲି ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି। ଜଣେ ପ୍ରଶଂସକ ଟ୍ବିଟରରେ ଲେଖିଛନ୍ତି, ଲୋକମାନେ ମୃତ୍ୟୁ ସହ ସଂଗ୍ରାମ ଚଳାଇଥିଲା ବେଳେ ଏଭଳି ସ୍ବାର୍ଥପରତା ଶୋଭନୀୟ ନୁହେଁ। ବିଶ୍ବର ସେଲିବ୍ରିଟିମାନେ ସାଧାରଣ ଲୋକଙ୍କୁ ସଚେତନତା ବାର୍ତା ବାଣ୍ଟୁଥିଲା ବେଳେ ସୋଏବ୍ ଏପରି କିପରି କରିପାରିଲେ ବୋଲି ଅନ୍ୟ ଜଣେ କ୍ଷୁବ୍ଧ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ଜଣେ କହିଛନ୍ତି, ତୁମେ ମୋ ପସନ୍ଦର ବୋଲର। ହେଲେ ଏଭଳି ଭୟଙ୍କର ସ୍ଥିତି ବେଳେ ରାସ୍ତାରେ ବୁଲିବା ଆଦୌ ସୁସ୍ଥ ବାତାବରଣ ନୁହେଁ ବୋଲି ଜଣେ ପ୍ରଶଂସକ କହିଛନ୍ତି।
ଲକ୍ଡାଉନ୍ ବେଳେ ରାସ୍ତାରେ ସାଇକେଲ ଚଲାଇଲେ ସୋଏବ୍
/sambad/media/post_attachments/wp-content/uploads/2020/04/af-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)