ପାକିସ୍ତାନ ସହିତ ନ ଖେଳିବାକୁ ଭାରତର ହକ୍‌ ଅଛି: ସୋଏବ ଅଖତର

ହାଇଦ୍ରାବାଦ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନର କ୍ରିକେଟର ମୁହାଁମୁହିଁ ହୋଇଛନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ହରଭଜନ ସିଂହ ସମେତ ଅନେକ ଗୁଡ଼ିକ କ୍ରିକେଟର କହିଛନ୍ତି ଯେ, ବିଶ୍ୱକପରେ ପାକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବା ଉଚିତ ହେବ ନାହିଁ। ପାକିସ୍ତାନ ସହିତ ସବୁ ଖେଳରେ ସଂପର୍କ ଶେଷ କରି ଦିଆଯିବା ଦରକାର। ଏ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅଖତର କହିଛନ୍ତି, ବିଶ୍ୱକପରେ ପାକିସ୍ତାନ ସହିତ ଖେଳିବ କି ନାହିଁ ଏହା ଭାରତର ସଂପୂର୍ଣ୍ଣ ଅଧିକାର ରହିଛି। ମାତ୍ର ଏହାକୁ ନେଇ ରାଜନୀତି ହେବା ଠିକ ନୁହେଁ।
ଏକଦା ଜଣେ ସଫଳ ଓ ଜଣାଶୁଣା ବୋଲର ସୋଏବ ଅଖତର ପୁଲଓ୍ଵାମା ଜିଲ୍ଲାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଘରୋଇ ଚେନାଲରେ କହିଛନ୍ତି, ଭାରତ ଏଭଳି ଦେଶ ସହିତ ଖେଳିବାକୁ ମନା କରିବାରେ ଅଧିକାର ଅଛି, ଯେଉଁ ଦେଶ ତା’ର କ୍ଷତି କରୁଛି।
ସୋଏବ କହିଛନ୍ତି, କ’ଣ ଖେଳରେ ରାଜନୀତି ହେବା ଦରକାର? ଅଦୌ ନୁହେଁ। ଏକଥା ଶୁଣିବା ପରେ ଆମକୁ ବହୁତ ଖରାପ ଲାଗୁଛି। ଭାରତୀୟ ଯବାନମାନଙ୍କୁ ଏବେ ଦୁଃଖର ସମୟ ଦେଇ ଗତି କରିବାକୁ ପଡୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର