ଲାହୋର: ଭାରତଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପାଇଁ ଏହି ଦେଶର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ସୋଏବ ଅଖତର ପିସିବି ଅଧ୍ୟକ୍ଷ ମୋହସିନ ନକ୍ଭୀଙ୍କୁ ଦାୟୀ କରିଛନ୍ତି। ନକ୍ଭୀଙ୍କ କ୍ରିକେଟ୍ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଅଖତର ତାଙ୍କୁ ଜଣେ ଅଯୋଗ୍ୟ ଓ ଅଶିକ୍ଷିତ ବ୍ୟକ୍ତିର ଆଖ୍ୟା ଦେଇଛନ୍ତି। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅଖତର କହିଛନ୍ତି, କ୍ରିକେଟ୍ ବିଷୟରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏବେ ପିସିବିର ଅଧ୍ୟକ୍ଷ ଅଛନ୍ତି। ଏଭଳି ସ୍ଥିତିରେ ଆଉ କ’ଣ ବା କରାଯାଇପାରେ।
ଦଳ କେମିତି ଭଲରେ ପରିଚାଳନା ହେବ। ଆପଣ କେବେବି ମ୍ୟାଚ୍ ଜିତାଉ ନଥିବା ଜଣେ ଖେଳାଳି (ବାବର ଆଜମ)ଙ୍କୁ ଅଯଥାରେ ସୁପରଷ୍ଟାର୍ର ମାନ୍ୟତା ଦେଇଛନ୍ତି। କିଛି ବୋଲର ଯିଏ ୧୨୫ କିଲୋମିଟର ବେଗରେ ବଲ୍ ପକାଉଛନ୍ତି ସେମାନଙ୍କୁ ବୋଲିଂ ବାହିନୀର ନେତୃତ୍ବ ଦେଇଛନ୍ତି। କ୍ରିକେଟ୍ ଦୁନିଆର ସବୁଠୁ ବଡ଼ ଅପରାଧ ହେଉଛି ଜଣେ ଅପାରଗ, ଅଶିକ୍ଷିତ ବ୍ୟକ୍ତିଙ୍କୁ ଏହାର ପରିଚାଳନା ଦାୟିତ୍ବ ପ୍ରଦାନ କରିବା। ପିସିବିର ମୁଖ୍ୟ ପଦରେ ରହିବା ଲାଗି ଏହି ଲୋକର ଆଦୌ ଯୋଗ୍ୟତା ନାହିଁ।
ଆହୁରି ପଢ଼ନ୍ତୁ: T20 World Cup: ଲଢ଼ିଲା ଇଟାଲି, ସୁପର-୮ରେ ଇଂଲଣ୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/16/naqiv-2026-02-16-20-20-03.jpg)