ଇସଲାମାବାଦ୍: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପେସ୍ ବୋଲର ସୋଏବ୍ ଅଖତରଙ୍କୁ ବଡ ଝଟକା । ଗତ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋଏବଙ୍କ ବିରୋଧରେ  ମାନହାନୀ ମୋକଦ୍ଦମା କରିବା ସହ ୧୦୦ ନିୟୁତ ଟଙ୍କାର କ୍ଷତିପୂରଣ ଦେବାକୁ ନୋଟିସ୍ କରିଛି ଏକ ଟିଭି ଚାନେଲ୍ । ଲାଇଭ୍ ସୋ’ରେ ‘ପିଟିଭି’ର ସ୍ପୋର୍ଟ୍ସ ଆଙ୍କରଙ୍କ ସହ ବିବାଦ ଏବଂ ଅପମାନସୂଚକ ମନ୍ତବ୍ୟ ଯୋଗୁ ଏହି ମାମଲା ରୁଜୁ ହୋଇଛି।

Advertisment

ସୂଚନା ଅନୁଯାୟୀ, ପାକିସ୍ତାନ ଟେଲିଭିଜନ୍ କର୍ପୋରେସନ୍ (ପିଟିଭି)ର ଏକ ଲାଇଭ୍ ସୋ’ରେ ସ୍ପୋର୍ଟ୍ସ ରିପୋର୍ଟର ନୈମାନ ନିୟାଜଙ୍କ ସହ ସୋଏବ୍ ଅଖତରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଲାଇଭ୍ ସୋ’ରେ ହିଁ ସୋଏବ୍ ବିବାଦୀୟ ବୟାନ ଦେବା ସହ ଇସ୍ତଫା ଦେବା କଥା ମଧ୍ୟ କହିଥିଲେ, ଯାହାକୁ ନେଇ ପିଟିଭି ସୋଏବ୍ ଅଖତରଙ୍କର ୩ମାସର ଦରମା ୩୩,୩୩,୦୦୦ ଟଙ୍କା କାଟିଦେବା ସହ ତାଙ୍କ ଉପରେ ମାନହାନି ମକଦମା ରୁଜୁ କରି ୧୦୦ ନିୟୁତ ଟଙ୍କାର ଜରିମାନା ଲଗାଇଛି । ଯଦି ସୋଏବ୍ ଜରିମାନାକୁ ପୈଠ ନକରନ୍ତି ତେବେ ଅଦାଲତରେ ସୋଏବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ପିଟିଭି ପକ୍ଷରୁ ଏକ ନୋଟିସ୍ ଜାର କରାଯାଇଛି ।

ସେପଟେ ଟ୍ୱିଟ୍ କରି ସୋଏବ୍ ଅଖତର ଲେଖିଛନ୍ତି, ‘‘ମୁଁ ସମ୍ପୁର୍ଣ୍ଣ ନିରାଶ… ଯେତେବେଳେ ମୁଁ ପିଟିଭି ସହ କାମ କରୁଥିଲେ ସେତେବେଳେ ମୋର ସମ୍ମାନ ଏବଂ ପ୍ରତିଷ୍ଠା ରକ୍ଷା କରିବାରେ ବିଫଳ ହୋଇଛି ପିଟିଭି ଆଉ ଏବେ ମୋ ବିରୋଧରେ ନୋଟିସ୍ ଜାରି କରିଛନ୍ତି । ମୁଁ ଜଣେ ଫାଇଟର୍… କେବେ ବି ହାର ମାନିବି ନାହିଁ । ଆଇନ୍ ଅନୁଯାୟୀ ଲଢିବି।’’

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଅଖତରଙ୍କୁ ସୋ’ର ହୋଷ୍ଟ ନିଆଜ ପଚାରିଥିଲେ ଯେ କ’ଣ ପାକିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି ବୋଲି ଆପଣଙ୍କୁ ଲାଗୁଛି ? ଏହି କଥାକୁ ନେଇ ଅଖତର ଶୋ’ର ପ୍ରୋଟକଲ୍ ଭାଙ୍ଗିବା ସହ ହୋଷ୍ଟଙ୍କ ସହ ଯୁକ୍ତିତର୍କ କରିଥିଲେ । ହୋଷ୍ଟ ଯେତେବେଳେ କହିଥିଲେ କି, ସୋଏବ୍ ଆପଣ ଟିକିଏ ଅସଭ୍ୟ ବ୍ୟବହାର କରୁଛନ୍ତି । ସେତେବେଳେ ଏହି କଥାକୁ ନେଇ ଲାଇଭ୍ ଶୋ’ରେ ଅଖତର ଇସ୍ତଫା ଦେବା କଥା କହି ଶୋ’ ଛାଡି ଚାଲିଯାଇଥିଲେ, ଯାହାକୁ ନେଇ ପିଟିଭିର ଅନେକ କ୍ଷତି ହୋଇଛି ବୋଲି ନୋଟିସରେ ଦର୍ଶାଯାଇଛି ।