ଟି-୨୦ରୁ ଅବସର‌ ନେଇ ଦିନିକିଆ ପାଇଁ ଖେଳ ! ବିରାଟଙ୍କୁ କହିଲେ ଶୋଏବ

ନୂଆଦିଲ୍ଲୀ: ଟି-୨୦ରୁ ଅବସର‌ ନେଇ ଦିନିକିଆ ପାଇଁ ଖେଳ। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଏଭଳି ଉପଦେଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ‌ଶୋଏବ ଅଖତର। ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଶୋଏବ, ବିରାଟଙ୍କୁ ଏଭଳି ଉପଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଭାରତୀୟ ଟିମ  ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ ଓ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲକୁ ନେଇ ପ୍ରସ୍ତୁତି କରିବାରେ ଲାଗିପଡ଼ିଛି। ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦିନିକିଆ ଓ ଟେଷ୍ଟ ମ୍ୟାଚ ଉପରେ ଗୁୁରୁତ୍ବ ଦେବାକୁ କୁହାଯାଇଛି। ଟି-୨୦ରେ ରୋହିତ-କୋହଲିଙ୍କୁ ସୁଯୋଗ ମିଳୁନଥିବା ଦେଖାଯାଇଛି। ଏ ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ‌ଶୋଏବ ଅଖତର କିଛି ମାସ ତଳେ ଦେଇଥିବା ବୟାନ ଭାଇରାଲ ହେଉଛି।

ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ୧୨ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚ ଭାରତ ଜିତିଥିବା ବେଳେ କୋହଲି ନିଜ ଫର୍ମକୁ ଫେରି ଭଲ ରନ୍ କରିଥିଲେ। ଏହାକୁ ଦେଖି ଶୋଏବ ଅଖତର କହିଥିଲେ ଯେ, ମୁଁ ଚାହୁଁଛି ବିରାଟ କୋହଲି ଟି -୨୦ କ୍ରିକେଟରୁ ଅବସର ନିଅନ୍ତୁ ଏବଂ ଦିନିକିଆରେ ଶତକ ହାସଲ କରିବାକୁ ତାଙ୍କ ଶକ୍ତିର ବ୍ୟବହାର କରନ୍ତୁ। ଟି -୨୦ରୁ ଅବସର ନେଲେ ସେ ଦିନିକିଆରେ ଭଲ ଖେଳିପାରିବେ ଏବଂ  ଅଧିକ ଶତକ ହାସଲ କରିପାରିବେ। ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଶୋଏବ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହେଉଛି।

ସମ୍ବନ୍ଧିତ ଖବର