ପାକିସ୍ତାନରେ ବିରାଟ କୋହଲିଙ୍କ ପୋଷ୍ଟର୍ ଦେଖି ସୋଏବ୍ ଅଖତର ଦେଲେ ଏହି ପ୍ରତିକ୍ରିୟା

ନୂଆଦିଲ୍ଲୀ: କିଛି ଦିନ ଆଗରୁ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥିଲା। ପାକିସ୍ତାନ ଲିଗ୍ ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପାକିସ୍ତାନ ସୁପର୍ ଲିଗ୍(ପିଏସଲ୍)କୁ ଖେଳ ଦେଖିବାକୁ ପଡିଆକୁ ଆସିଥିଲେ। ପ୍ରଶଂସକ ପୋଷ୍ଟର୍ ଦ୍ଵାରା ବିରାଟ କୋହଲିଙ୍କୁ ପାକିସ୍ତାନରେ ଶତକ ହାସଲ କରିବାକୁ ନିବେଦନ କରିଥିଲେ। ପାକିସ୍ତାନରେ ବିରାଟ କୋହଲିଙ୍କ ଏହି ବିରାଟ ପ୍ରଶଂସକଙ୍କୁ ଦେଖି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର୍ ସୋଏବ୍ ଅଖତର ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋଏବ ଅଖତର ବିରାଟ କୋହଲିଙ୍କ ପୋଷ୍ଟରର ଫଟୋ ନିଜ ଟ୍ଵିଟର ଏକାଉଣ୍ଟରେ ପୋଷ୍ଟ୍ କରି ଲେଖିଛନ୍ତି, ଗଦ୍ଦାଫି ଷ୍ଟାଡିୟମରେ କେହି ଜଣେ ପ୍ରେମ ପ୍ରସାରିତ କରୁଛି।

ସୂଚନା ଅନୁସାରେ, ବିରାଟ କୋହଲିଙ୍କ ପ୍ରଶଂସକ କୋହଲିଙ୍କ ପୋଷ୍ଟରକୁ ଗଦ୍ଦାଫି ଷ୍ଟାଡିୟମରେ କ୍ଵେଟା ଗ୍ଲାଡିଏଟର୍ସ୍ ଓ ମୁଲ୍ତାନ୍ ସୁଲତାନ୍‌ସ ମଧ୍ୟରେ ଖେଳା ଯାଇଥିବା ୧୨ତମ ମୁକାବିଲାକୁ ନେଇ ପହଞ୍ଚିଥିଲେ। ଏହି ପୋଷ୍ଟର୍ ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଯାଇଥିଲା। ବିରାଟ କୋହଲିଙ୍କ ପ୍ରଶଂସକ ଗତ ୨ ବର୍ଷରୁ ଅଧିକ ସମୟ ଧରି ତାଙ୍କ ୭୧ତମ ଶତକର ଅପେକ୍ଷାରେ ଅଛନ୍ତି। ବିରାଟ କୋହଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ପଦାର୍ପଣ କରିବା ଠାରୁ ପାକିସ୍ତାନ ଗସ୍ତ କରିନାହାନ୍ତି କାରଣ ୨୦୦୮ରୁ ଭାରତ ପାକିସ୍ତାନ ଗସ୍ତରେ ଯାଇନାହିଁ। ଦ୍ଵିପାକ୍ଷୀୟ ସିରିଜ୍ ପାଇଁ ପାକିସ୍ତାନ ୨୦୧୨ରେ ଶେଷ ଥର ପାଇଁ ଭାରତ ଆସିଥିଲା।

ସମ୍ବନ୍ଧିତ ଖବର