ମ୍ୟାଚ୍‌ ଫିକ୍ସି କଳଙ୍କର ଖୁଲାସା, ଆମୀର ଓ ଆସିଫ୍‌ଙ୍କ ଭଳି ଫିକ୍ସରଙ୍କ ଘେରରେ ଥିଲି: ଅଖ୍‌ତର

ଲାହୋର: ପାକିସ୍ତାନ କ୍ରିକେଟର୍‌ଙ୍କ ମ୍ୟାଚ୍‌ ଫିକ୍ସିଂ କଳଙ୍କର ପର୍ଦାଫାସ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ୍‌ ଅଖ୍‌ତର। ଏଭଳି କଳଙ୍କର ବୋଝ ମୁଣ୍ଡାଇ ଦ୍ରୁତ ବୋଲର ମହମ୍ମଦ ଆମୀର ଓ ମହମ୍ମଦ ଆସିଫ୍‌ଙ୍କ ସହିତ ବ୍ୟାଟ୍‌ସମ୍ୟାନ୍‌ ସଲ୍‌ମନ ବଟ୍ଟ ୨୦୧୧ରେ କ୍ରିକେଟରୁ ବାସନ୍ଦ ହୋଇଥିଲା ବେଳେ ନିକଟରେ ପାକିସ୍ତାନ କ୍ରିକେଟ୍‌ ମଧ୍ୟ ଅନେକ ସଂକଟ ଦେଇ ଗତି କରିଛି। ହେଲେ ଅଖ୍‌ତର ତାଙ୍କ ପୂର୍ବତନ ସାଥୀଙ୍କ ବିରୋଧରେ ଅଭିଯୋଗ ଅମୁଳକ ନୁହେଁ ବୋଲି କହିଛନ୍ତି। ତେଣୁ ଅଖ୍‌ତରଙ୍କ ଖୁଲାସା ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ପୁଣି ଥରେ ତାଜା କରିଛି।

ଅଖ୍‌ତରଙ୍କ କହିବା କଥା ହେଲା, ମୋ ସମୟରେ ମୁଁ ୨୧ ଜଣଙ୍କ ବିପକ୍ଷରେ ଖେଳୁଥିଲି। ସେଥିରେ ସେମାନଙ୍କର ୧୧ ଏବଂ ଆମର ୧୦ ଜଣ ରହୁଥିଲେ। ଏପରିକି ମୁଁ ଅଧିକାଂଶ ସମୟରେ ପିକ୍ସରଙ୍କ କବଳରେ ରହୁଥିଲି। ହେଲେ ମୁଁ କେବି ବି ପାକିସ୍ତାନକୁ ଠକିବି ନାହିଁ ବୋଲି ମୋର ପୂରା ବିଶ୍ବାସ ଥିଲା। ଆଦୌ ମ୍ୟାଚ୍‌ ଫିକ୍ସିଂ କରିନଥିଲି, କିନ୍ତୁ ଫିକ୍ସରମାନେ ମୋତେ ସବୁବେଳେ ଘେରି ରହୁଥିଲେ। ତେଣୁ କିଏ ପ୍ରକୃତରେ ମ୍ୟାଚ୍‌ ଫିକ୍ସର ଥିଲା ତାହା ଜାଣିବା ସହଜ ନଥିଲା ବୋଲି ଏକ ଟକ୍‌ ସୋ ‘ରିୱାଇଣ୍ଡ ୱିଥ୍‌ ସମିନା ପୀର୍‌ଜାଦା’ ଅବସରରେ ଅଖ୍‌ତର ଖୁଲାସା କରିଛନ୍ତି। ସେତେବେଳେ ସଂଖ୍ୟାଧିକ ମ୍ୟାଚ୍‌ ଫିକ୍ସିଂ ଥିଲା। ଆସିଫ୍‌ ମୋତେ କହିଥିଲେ, ସେ ସବୁ ମ୍ୟାଚ୍‌ ଫିକ୍ସ କରୁଥିଲେ। ହେଲେ ଏହା କିପରି ସମ୍ଭବ ହେଉଥିଲା ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଅଖ୍‌ତର। ଇଂଲଣ୍ଡରେ ଏକ ଟେଷ୍ଟ୍‌ ବେଳେ ଆମୀର ଓ ଆସିଫ୍‌ ଫିକ୍ସିଂରେ ଜଡ଼ିତ ବୋଲି ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେତେବେଳେ ମୁଁ ଉଭୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲି। ତୁମ ପାଖରେ ଥିବା ଦକ୍ଷତାକୁ ନଷ୍ଟ ହେବାକୁ ଦିଅ ନାହିଁ ବୋଲି ବୁଝାଇଥିଲି। ହେଲେ ଉଭୟେ ଅଭିଯୁକ୍ତ ହେବା ପରେ ମୁଁ ପୂରା ଭାଙ୍ଗିପଡ଼ିଥିଲି ବୋଲି ଅଖ୍‌ତର କହିଛନ୍ତି।

ସମ୍ବନ୍ଧିତ ଖବର