ଇସଲାମାବାଦ: ଆଉ ପାକିସ୍ତାନର ପ୍ରତିନିଧିତ୍ବ କରିବାର ଇଚ୍ଛା ନାହିଁ। ପାକିସ୍ତାନର ଷ୍ଟାର କ୍ରିକେଟର ଶୋଏବ ମଲିକ୍ କାହିଁକି ଏଭଳି କହିଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଶୋଏବ ମଲିକ ବର୍ତ୍ତମାନ ପାକିସ୍ତାନ ପାଇଁ କେବଳ ଟି-୨୦ ଫର୍ମାଟରେ ଖେଳୁଛନ୍ତି। ସେ ଟେଷ୍ଟ ଏବଂ ଓଡିଆଇ ଫର୍ମାଟରୁ  ଅବସର ନେଇସାରିଛନ୍ତି। ଏବେ ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ, ମୁଁ ଦୁଇଟି ଫର୍ମାଟରୁ ଅବସର ଘୋଷଣା କରିସାରିଛି। ଏବେ କେବଳ ମୁଁ ଲିଗ୍ କ୍ରିକେଟ୍ ଖେଳୁଛି ଆଗକୁ ସେଥିରୁ ବି ଅବସର ନେବି।

Advertisment

ତାଙ୍କ କହିବା ମୁତାବକ, "ମୁଁ ଏବେ ମୋର ଅବଶିଷ୍ଟ ସମୟକୁ ଉପଭୋଗ କରୁଛି। ବର୍ତ୍ତମାନ, ମୁଁ ଯେଉଁଠାରେ ବି ଖେଳିବାର ସୁଯୋଗ ପାଉଛି, ତାକୁ ହାତଛଡ଼ା କରୁନାହିଁ। ହେଲେ ମୁଁ ଆଉ ଅଧିକ ଖେଳିବାକୁ ଏବଂ ପାକିସ୍ତାନର ପ୍ରତିନିଧିତ୍ବ କରିବାକୁ ଆଗ୍ରହୀ ନୁହେଁ। ମୋର ପୂର୍ବ ସାକ୍ଷାତକାରରେ ମୁଁ କହିସାରିଛି ଯେ, ମୁଁ ଶୀଘ୍ର ସମସ୍ତ ପ୍ରକାର କ୍ରିକେଟ୍ ଫର୍ମାଟରୁ ସବୁଦିନ ପାଇଁ ଅବସର ନେବି।"

ଅନ୍ୟପକ୍ଷରେ ସାକ୍ଷାତକାର ସମୟରେ ସେ ବାବର ଆଜାମଙ୍କ ଅଧିନାୟକତ୍ୱ ବିଷୟରେ ମଧ୍ୟ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, "ବାବର ଅଧିନାୟକ ପଦରୁ ଇସ୍ତଫା ଦେଇ ତାଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ଅଧିନାୟକତ୍ୱର ଭାର ଦୂର ହେବା ପରେ ବାବର ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ।"