ଯୁଗଳ ଫଟୋ ସହ ପତ୍ନୀ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସମାଲୋଚକଙ୍କ ମୁହଁ ବନ୍ଦ କଲେ ସୋଏବ
ଇସ୍ଲାମ୍ବାଦ: ଛାଡ଼ପତ୍ର ଖବର ପ୍ରକାଶ ଚାଲିଥିବା ବେଳେ ପତ୍ନୀ ସାନିଆ ମିର୍ଜାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚିତ ପାଲଟିଛନ୍ତି ସୋଏବ ମଲ୍ଲିକ। ସୋଏବ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସାନିଆଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲୋକେ ସେମାନଙ୍କ ଛାଡ଼ପତ୍ର ଖବରକୁ ଅବିଶ୍ବାସ କରିବା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ, ପତି-ପତ୍ନୀ ସେମାନଙ୍କ ପ୍ରଶଂସକମାନଙ୍କ ସକାଶେ ଏକ ଟକ୍ ସୋ’ ନେଇ ଆସୁଛନ୍ତି ବୋଲି ଇନ୍ଷ୍ଟାଗ୍ରାମ୍ରେ ହୋଇଥିବା ଏକ ପୋଷ୍ଟ୍ରୁ ଜଣାପଡ଼ିଛି। ତେବେ ସେମାନଙ୍କ ଛାଡ଼ପତ୍ର ଖବର ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ବୋଲି ଲୋକେ କହିବା ଆରମ୍ଭ କଲେଣି।
Happy Birthday to you @MirzaSania Wishing you a very healthy & happy life! Enjoy the day to the fullest… pic.twitter.com/ZdCGnDGLOT
— Shoaib Malik 🇵🇰 (@realshoaibmalik) November 14, 2022
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଛାଡ଼ପତ୍ର ପ୍ରସଂଗରେ ସେ ଦୁହେଁ କେବେ ବି କେଉଁଠି ମୁହଁ ଖୋଲିନାହାନ୍ତି। ସୋଏବ ଟ୍ବିଟର୍ରେ ସାନିଆଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମକୁ ଜନ୍ମଦିନର ବହୁତ ବହୁତ ଶୁଭକାମନା ସାନିଆ। ତୁମର ସୁସ୍ଥ, ନିରାମୟ ଜୀବନ କାମନା କରୁଛି। ଦିନକୁ ମନ ଭରି ଉପଭୋଗ କର।’
ସାନିଆ ଓ ସୋଏବ ୨୦୧୦ ଏପ୍ରିଲ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୮ରେ ସେମାନଙ୍କର ପୁଅ ଇଝାନ ଜନ୍ମଗ୍ରହଣ କରିଥିଲା। ଉଭୟଙ୍କ ମଧ୍ୟରେ ସବୁ ଠିକ୍ଠାକ୍ ଚାଲିଥିଲା। କିନ୍ତୁ କିଛି ଦିନ ହେବ ଏମାନଙ୍କ ସଂପର୍କରେ ତିକ୍ତତା ଚାଲିଥିବା ଉଭୟଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରୁ ଜଣା ପଡ଼ୁଥିଲା। ହେଲେ ଉଭୟ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ସାନିଆ ଓ ସୋଏବ ସଂପ୍ରତି ଅଲଗା ରହୁଛନ୍ତି ଏବଂ ନିକଟରେ ସେମାନଙ୍କ ଆନୁଷ୍ଠାନିକ ଛାଡ଼ପତ୍ର ହୋଇଛି ବୋଲି କିଛି ପାକିସ୍ତାନ ଗଣମାଧ୍ୟମ ଦାବି କରୁଛନ୍ତି।