ଇସଲାମାବାଦ: ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ପୁଣି ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଥିଲେ। ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି।

Advertisment

ତେବେ ଶୋଏବଙ୍କ ତୃତୀୟ ବିବାହ ପରେ ତାଙ୍କର କିଛି ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। କିଛି ବର୍ଷ ତଳେ ସାନିଆଙ୍କୁ ବିବାହ କରିବା ପରେ ଏକ ଟେଲିଭିଜନ ସୋ’ରେ ଦୁହେଁ କିଙ୍ଗ ଖାନ ଶାହରୁଖଙ୍କୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ଶୋଏବଙ୍କୁ ଶାହରୁଖ ପ୍ରଶ୍ନ କରିଥିଲେ ଯେ, ତୁମେ ସାନିଆଙ୍କ ଭିତ‌ରେ ଏଭଳି କ’ଣ ଦେଖିଲ ଯେ ତାଙ୍କୁ ବିବାହ କଲ? ଏହାର ଉତ୍ତରରେ ଶୋଏବ କହିଥିଲେ, ଚିନ୍ତା କରିବାକୁ ବା ଭାବିବାକୁ ସମୟ ମିଳିଲା ନାହିଁ। ଏହା ପୂର୍ବରୁ ବିବାହ ହୋଇଗଲା।

ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଶୋଏବ ପ୍ରଥମରୁ ହିଁ ସାନିଆଙ୍କୁ ଗୁରୁତ୍ବ ଦେଉନଥିଲେ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।