ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲ୍ଲିକ ଶୁକ୍ରବାର ୫୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ବାଂଲାଦେଶ ପ୍ରିମିୟର୍ ଲିଗ୍ (ବିପିଏଲ୍)ରେ ଢ଼ାକା ଡୋମିନେଟର୍ସ ବିପକ୍ଷରେ ରଙ୍ଗପୁର ରାଇଡର୍ସ ପକ୍ଷରୁ ଖେଳି ସୋଏବ ଏହି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ଦୁଇ ସପ୍ତାହ ତଳେ ୪୧ତମ ଜନ୍ମଦିନ ପାଳିଥିବା ସୋଏବ ବିଶ୍ବର ତୃତୀୟ କ୍ରିକେଟର୍ ଭାବେ ଏହି ଗୌରବ ପାଇଛନ୍ତି। ଦୁଇ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍ କିରଣ ପୋଲାର୍ଡ ଓ ଡ୍ବାନ ବ୍ରାଭୋଙ୍କ କ୍ଲବରେ ସେ ସାମିଲ ହୋଇଛନ୍ତି। ଏହି ଫର୍ମାଟରେ ବିଶ୍ବର ଏକମାତ୍ର ଖେଳାଳି ଭାବେ ସୋଏବ ୧୨,୦୦୦ରୁ ଊର୍ଧ୍ବ ରନ୍ ଏବଂ ୧୫୦ରୁ ଊର୍ଧ୍ବ ୱିକେଟ୍ ନେଇଛନ୍ତି। ଶୁକ୍ରବାର ମୀରପୁରରେ ଖେଳାଯାଇଥିବା ବିପିଏଲ୍ ମ୍ୟାଚ୍ ଲାଗି ପଡ଼ିଆକୁ ଓହ୍ଲାଇବା ମାତ୍ରେ ସୋଏବଙ୍କୁ ଉଭୟ ଦଳର ଖେଳାଳି ଓ ପ୍ରଶଂସକମାନେ ଗାର୍ଡ ଅଫ୍ ଅନର୍ ଦେଇଥିଲେ। ମାଇଲଖୁଣ୍ଟ ମ୍ୟାଚ୍ରେ ସୋଏବ ମାତ୍ର ୭ ରନ୍ କରିଥିଲେ ମଧ୍ୟ ତାଙ୍କ ଦଳ ୨ ୱିକେଟ୍ରେ ରୋମାଞ୍ଚକ ବିଜୟ ପାଇଛି।
ସୋଏବ ଖେଳିଲେ ୫୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍
/sambad/media/post_attachments/wp-content/uploads/2023/01/40-year-old-shoaib-malik-has-expressed-his-desire-to-play-for-the-pakistan-team-once-again_202301954843.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)