ହାସନ-ସାମିଆଙ୍କୁ ଭେଟିଲେ ସାନିଆ-ସୋଏବ

ଦୁବାଇ: ନବନିବାହିତ ପାକିସ୍ତାନୀ କ୍ରିକେଟର ହାସନ ଅଲ୍ଲୀ ଏବଂ ତାଙ୍କ ଭାରତୀୟ ପତ୍ନୀ ସାମିଆ ଆରଜୁଙ୍କୁ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ତାଙ୍କ ପାକିସ୍ତାନୀ କ୍ରିକେଟର ପତି ସୋ‌ଏବ ମଲ୍ଲିକ ଦୁବାଇସ୍ଥିତ ନିଜ ବାସଭବନରେ ଭେଟିଛନ୍ତି। ହାସନ-ସାମିଆଙ୍କ ପାଇଁ ସାନିଆ-ସୋଏବ ରବିବାର ନିଜ ଘରେ ରାତ୍ର ଭୋଜନର ବି ଆୟୋଜନ କରିଛନ୍ତି। ଏଥିରେ ଏହି ଚାରି ଜଣଙ୍କ ସହ କିଛି ନିକତମ ବନ୍ଧୁ ଓ ବା‌ନ୍ଧବୀ ମଧ୍ୟ ଯୋଗ ଦେଇଥିଲେ। ହାସନଓ ସାମିଆ ଚଳିତମାସ ୨୦ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଳେ। ଅନ୍ୟପକ୍ଷରେ ସୋଏବ-ସାନିଆ ୨୦୧୦ ମସିହାରୁ ବିବାହିତ। ଏଡି ରାତ୍ର ଭୋଜନ ଲାଗି ହାସନ ଟ୍ବିଟ୍ କରି ସାନିଆ ଏବଂ ‌ସୋଏବଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ମଧ୍ୟ ସେମାନଙ୍କ ଘରେ ଉଠାଇଥିବା ଫଟୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର