ଆଇପିଏଲ ୧୧: ଫିଲ୍ଡିଙ୍ଗ କରୁଥିବା ବେଳେ ରବୀନ୍ଦ୍ର ଜଡେଜାଙ୍କ ନିକଟକୁ ଜୋତା ଫିଙ୍ଗିଲେ ଯୁବ ପ୍ରଦର୍ଶନକାରୀ

ଚେନ୍ନାଇ: ଆଇପିଏଲ୍‌ ୧୧ତମ ସଂସ୍କରଣ ୫ମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ କିଛି ଯୁବ ପ୍ରଦର୍ଶନକାରୀମାନେ ପଡ଼ିଆ ଭିତରକୁ ଜୋତା ଫିଙ୍ଗିଛନ୍ତି। କିନ୍ତୁ ଏଥିରେ କୌଣସି ଖେଳାଳି ଆହତ ହୋଇ ନଥିବା ଜଣାପଡ଼ିଛି।

କୋଲକାତା ବ୍ୟାଟିଂ କରୁଥିବା ବେଳେ ୮ମ ଓଭରରେ ଏହି ଅଭାବନୀୟ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି। କ୍ରିକ୍‌ ଇନଫୋ ରିପୋର୍ଟ ଅନୁସାରେ ସୀମାରେଖା ନିକଟରେ ଅବସ୍ଥାପିତ ଚେନ୍ନାଇ ସୁପର କିଙ୍ଗସ୍‌ର ଫିଲ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଲକ୍ଷ୍ୟ କରି ଜୋତା ଫିଙ୍ଗା ଯାଇଥିଲା। ପଟ୍ଟାବିରାମନ ଗେଟ ନିକଟରୁ ଯୁବ ପ୍ରଦର୍ଶନକାରୀମାନେ ଏହାକୁ ଫିଙ୍ଗିଥିଲେ। ଏହି ଘଟଣା ପରେ ପୁଲିସ କର୍ମଚାରୀ ଓ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିକାରୀ ଷ୍ଟାଡିୟମ ନିକଟରେ ପହଞ୍ଚି ସୀମାରେଖା ନିକଟରୁ ଲୋକଙ୍କୁ ବାହାର କରିଥିଲେ।

ସୂଚନାଯୋଗ୍ୟ, ମ୍ୟାଚ୍‌ ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରଦର୍ଶନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ନିର୍ଦ୍ଦେଶିତ କାବେରୀ ପରିଚାଳନା ବୋର୍ଡ(ସିଏମବି) ଓ କାବେରୀ ଜଳ ନିୟାମକ ସମିତି ଗଠନ କରା ନ ଯିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଉଥିଲେ।

ସମ୍ବନ୍ଧିତ ଖବର