ବନ୍ଧୁକଚାଳନାର ନୂଆ ନାୟିକା

ମୁମ୍ବାଇ: ହରିଆଣା ଝିଅ ମନୁ ଭାକର ଭାରତୀୟ ବନ୍ଧୁକ ଚାଳନା ଜଗତର ନୂଆ ନାୟିକା ଭାବେ ଉଭା ହୋଇଛନ୍ତି। ମାତ୍ର ୧୬ ବର୍ଷ ବୟସରେ ସେ ମେକ୍ସିକୋରେ ଆୟୋଜିତ ବନ୍ଧୁକ ଚାଳନା ବିଶ୍ୱକପରେ ମିଶ୍ରିତ ଦଳଗତ ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଚହଳ ସୃଷ୍ଟି କରିଛନ୍ତି। ବନ୍ଧୁକ ଚାଳନା ଦକ୍ଷତା ସହ ନିଜ ସୁନ୍ଦର ଚେହେରା ପାଇଁ ୧୬ ବର୍ଷୀୟା ମନୁ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ହରିଆଣାର ଝାଝରରେ ରହୁଥିବା ମନୁ ମାତ୍ର ଦୁଇ ବର୍ଷ ତଳେ ବନ୍ଧୁକ ଚାଳନା ଆରମ୍ଭ କରିଥିଲେ। ଏପରିକି ବନ୍ଧୁକ ଚାଳନା ତାଙ୍କର ପ୍ରଥମ ପସନ୍ଦ ନଥିଲା। ମନୁ ମୁଷ୍ଟିଯୁଦ୍ଧକୁ ପେସା କରିବାକୁ ଚାହୁଁଥିଲେ। ହେଲେ ପିତାଙ୍କ ସହ ହରିଆଣା ସାଇ କେନ୍ଦ୍ରକୁ ଯିବା ପରେ ତାଙ୍କର ଭାବନା ବଦଳି ଯାଇଥିଲା। ସେ ତୁରନ୍ତ ବନ୍ଧୁକଚାଳନା ପ୍ରେମରେ ପଡ଼ି ଯାଇଥିଲେ। ୨୦୧୬ ଡିସେମ୍ବରରୁ ବନ୍ଧୁକ ଚାଳନା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ୧୫ରୁ ଅଧିକ ଜିତି ସାରିଲେଣି।

ସମ୍ବନ୍ଧିତ ଖବର