ଭୁବନେଶ୍ବର: ଇଣ୍ଡିଆ ଟାଏକୋଣ୍ଡୋ ଆନୁକୁଲ୍ୟରେ ମହାରାଷ୍ଟ୍ରର ନାସିକ ସ୍ପୋର୍ଟ୍ସ ଡିଭିଜନ ସେଣ୍ଟରରେ ଆୟୋଜିତ ଜାତୀୟ କ୍ୟାଡେଟ୍ ଏବଂ କନିଷ୍ଠ ଟାଏକଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାରୁ ୧୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଶ୍ରଦ୍ଧା ସୁମନ ସାହୁ ବାଳିକା ବିଭାଗ ୫୯ କେଜିରୁ କମ୍ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସ୍ବର୍ଣ୍ଣ ସହ ଶ୍ରଦ୍ଧା ବୁଲଗେରିଆରେ ଅନୁଷ୍ଠିତ ହେବାକୁଥିବା ବିଶ୍ବ କ୍ୟାଡ଼େଟ୍ ଟାଏକଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ଲାଗି ଇଣ୍ଡିଆ ଟାଏକୋଣ୍ଡୋର ସଭାପତି ନାମଦେବ ଶୀର୍ଗାଓଁକର, ଓଡ଼ିଶା ଟାଏକୋଣ୍ଡୋର ଅଧ୍ୟକ୍ଷ ହରିପ୍ରସାଦ ପଟ୍ଟନାୟକ, ଉପଦେଷ୍ଟା ଦେବେନ୍ଦ୍ର କୁମାର ସାହୁ, ସଭାପତି ସୁନ୍ଦରମଣି ପଟେଲ ଏବଂ ସମ୍ପାଦକ ଚିନ୍ମୟ ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ କ୍ୟାଡ଼େଟ୍ ଟାଏକୋଣ୍ଡୋରେ ଶ୍ରଦ୍ଧାଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/06/65da4g654dd4g56dgagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)