ଭୁବନେଶ୍ବର: ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ‘ଖେଲୋ ଇଣ୍ଡିଆ’ ଅଭିଯାନର ଚୟନକର୍ତା ନିଯୁକ୍ତ ହୋଇଛନ୍ତି। ଏହି କ୍ରମରେ ସେ ଶୁକ୍ରବାରଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଟକରେ ଆୟୋଜିତ ହେବାକୁ ଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟବଲ୍ ପ୍ରତିଯୋଗିତାରୁ ଖେଳାଳି ଚୟନ କରିବେ। ଏହି ପ୍ରତିଯୋଗିତା ସର୍ବଭାରତୀୟ ଫୁଟବଲ୍ ମହାସଂଘ, ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଖେଲୋ ଇଣ୍ଡିଆ କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ଆୟୋଜିତ ହେଉଛି। ଶ୍ରଦ୍ଧାଞ୍ଜଳି ପୂର୍ବରୁ ସଫଳତାର ସହ ଜାତୀୟ ୧୯ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବାଳିକା ଦଳର ଚୟନକର୍ତା ଦାୟିତ୍ବ ତୁଲାଇ ସାରିଛନ୍ତି। ସୂଚନାଯୋଗ୍ୟ ଯେ ତୃଣମୂଳ ସ୍ତରରୁ ଖେଳାଳି ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ଆଧୁନିକ ଜ୍ଞାନ କୌଶଳ ଓ ବିଜ୍ଞାନ ସମ୍ମତ ଉପାୟରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଚର୍ଚିତ ‘ଖେଲୋ ଇଣ୍ଡିଆ’ କ୍ରୀଡ଼ା ଯୋଜନା ଆରମ୍ଭ କରିଛନ୍ତି।
ଶ୍ରଦ୍ଧାଞ୍ଜଳି ‘ଖେଲୋ ଇଣ୍ଡିଆ’ ଚୟନକର୍ତା
/sambad/media/post_attachments/wp-content/uploads/2019/06/Untitled-6-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)