ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ କସ୍ତୁର୍ବା ଶିକ୍ଷାଶ୍ରମ ଖେଳ ପଡ଼ିଆରେ ସିଟି କ୍ଲବ୍ ଏବଂ ଭୁବନେଶ୍ବର ଫୁଟ୍ଭଲି ସଂଘ ପକ୍ଷରୁ ପ୍ରଥମ ଶ୍ରୀକୃଷ୍ଣ ବିଶ୍ବାଳ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ଭଲି ପ୍ରତିଯୋଗିତା ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ପୁରୁଷ ବିଭାଗରେ ୧୨ ଏବଂ ମହିଳା ବିଭାଗରେ ୬ ଦଳ ଭାଗନେବେ। ଏହି ପ୍ରତିଯୋଗିତାରୁ ଦିଲ୍ଲୀଠାରେ ଜାନୁଆରିରେ ଖେଳାଯିବାକୁ ଥିବା ସପ୍ତମ ଜାତୀୟ ବରିଷ୍ଠ ଫୁଟ୍ଭଲି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଚୟନ କରାଯିବ ବୋଲି ରାଜ୍ୟ ଫୁଟ୍ଭଲି ସଂଘ ପ୍ରତିଷ୍ଠାତା ସହଦେବ ରାଉତ ପ୍ରକାଶ କରିଛନ୍ତି। ବିଜେତା ଦଳକୁ ଟ୍ରଫି ସହିତ ଆର୍ଥିକ ପୁରସ୍କାର ପ୍ରଦାନ ବ୍ୟବସ୍ଥା ରହିଛି। ପ୍ରିନ୍ସ ରୋହନ ମଲ୍ଲିକଙ୍କ ନାମରେ ପୁରୁଷ ଓ ମହିଳା ବିଭାଗର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବ୍ରାଜିଲୀୟ ଖେଳର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସଂଘ ସମ୍ପାଦକ ପ୍ରସନ୍ନ କୁମାର ରାଉତ ଅନୁରୋଧ କରିଥିଲେ। ବୁଧବାରର ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ସିଟି କ୍ଲବ୍ ଏବଂ ଭୁବନେଶ୍ବର ଫୁଟଭଲି ସଂଘ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ଭାଗ୍ୟଧର ଜଗଦ୍ଦେବ, ପାର୍ଥ ଭୂୟାଁ, ନନ୍ଦ କିଶୋର ପଟ୍ଟନାୟକ, ଜଲିଲ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ଗତ ଷଷ୍ଠ ଜାତୀୟ ଫୁଟ୍ଭଲି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ବିଜେତା ହୋଇଥିଲା।
ଶ୍ରୀକୃଷ୍ଣ ବିଶ୍ବାଳ ସ୍ମାରକୀ ଫୁଟ୍ଭଲି ୨୮ରୁ
/sambad/media/post_attachments/wp-content/uploads/2018/12/Untitled-3-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)