ଭୁବନେଶ୍ବର: ଯାଜପୁରର କାକୁଡ଼ିକୁଦଠାରେ ଆୟୋଜିତ ଶ୍ରୀ ସତ୍ୟସାଇ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ବରର ସ୍କାନ୍ ସ୍ପୋର୍ଟିଂ ବିଜେତା ହୋଇଛି। ଫାଇନାଲ୍ରେ ସ୍କାନ୍ ୩୬ ରନ୍ରେ ଭୁବନେଶ୍ବରର ସହିଦ ସ୍ପୋର୍ଟିଂକୁ ହରାଇ ଦେଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କାନ୍ ନିର୍ଧାରିତ ୨୨ ଓଭରରେ ୫ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। କୃଷ୍ଣଚନ୍ଦ୍ର ମହାନ୍ତି (୭୨), ଶେଖ୍ ସଲମାନ୍ (୬୨) ଅର୍ଧଶତକ ହାସଲ କରିଥିଲା ବେଳେ ସମ୍ବିତ ବରାଳ ୩୬ ରନ୍ କରିଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୧୭୦ ରନ୍ରେ ସମସ୍ତ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା। ସ୍କାନ୍ ପକ୍ଷରୁ ସୁକାନ୍ତ ଦାସ ୪, ଆଲୋକ ସେଠୀ ଓ ସମ୍ବିତ ବରାଳ ୨ ଲେଖାଏଁ ୱିକେଟ୍ ପାଇଥିଲେ। କୃଷ୍ଣଚନ୍ଦ୍ର ମହାନ୍ତି ଶୃଙ୍ଖଳା ଏବଂ ସୁକାନ୍ତ ଦାସ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଶ୍ରୀ ସତ୍ୟସାଇ କ୍ରିକେଟ୍ ଜିତିଲା ସ୍କାନ୍
/sambad/media/post_attachments/wp-content/uploads/2018/12/44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)