ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ଠୁ ଦୂରରେ ଥିବା ଶ୍ରେୟସ ଆୟର ଓ ଈଶାନ କିଶନ ଘରୋଇ କ୍ରିକେଟ୍ରେ ମଧ୍ୟ ଖେଳିଲେନି। ଈଶାନ୍ ଆଇପିଏଲ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶ୍ରେୟସ ପିଠି ଯନ୍ତ୍ରଣାରୁ ମୁକ୍ତ ହୋଇନାହାନ୍ତି। ତଥାପି ଏହି ଦୁଇ ଜଣଙ୍କ ଉପରେ ବିସିସିଆଇର ଶୀର୍ଷ ନେତୃତ୍ବ ସନ୍ତୁଷ୍ଟ ନଥିବା ଜଣାପଡୁଛି। ଯେଉଁଥିପାଇଁ ଉଭୟଙ୍କୁ ନୂଆ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯିବା ସମ୍ଭାବନା ଦେଖାଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଘରୋଇ କ୍ରିକେଟ୍ରେ ଏମାନେ ଖେଳିନଥିବାରୁ କେନ୍ଦ୍ରୀୟ ଚୁକ୍ତିରେ ଏମାନଙ୍କୁ ସ୍ଥାନ ମିଳିବନି। ଏପରିକି ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟି କେନ୍ଦ୍ରୀୟ ଚୁକ୍ତି ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଲେଣି। କେବଳ ବିସିସିଆଇ ଏହା ଉପରେ ବିଧିବଦ୍ଧ ମୋହର ଲଗାଇବ। ସୂଚନାଯୋଗ୍ୟ ୨୦୨୨-୨୩ କେନ୍ଦ୍ରୀୟ ଚୁକ୍ତିରେ ଈଶାନ୍ଙ୍କୁ ସି’ କାଟାଗୋରିରେ ରଖାଯାଇଥିଲା ବେଳେ ଶ୍ରେୟସ ବି’ କାଟାଗୋରିରେ ଥିଲେ।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିପାରନ୍ତି, ଶ୍ରେୟସ ଓ ଈଶାନ
/sambad/media/post_attachments/wp-content/uploads/2024/02/fhfsfhfhfh-2.jpg)