ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ବ୍ୟାଟର୍‌ ଶ୍ରେୟସ ଆୟର ଓ ଲେଗ୍‌ ସ୍ପିନର୍‌ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି। ଆହତ ‌ଯୋଗୁଁ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ଅଲ୍‌ରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ସ୍ଥାନରେ ବିଷ୍ଣୋଇଙ୍କୁ ଦଳରେ ସ୍ଥାନ ମିଳିଛି। ସେହିଭଳି ସମାନ କାରଣ ପାଇଁ ପ୍ରଥମ ୩ ଟ୍ବେଣ୍ଟି-୨୦ରୁ ବାଦ୍‌ ପଡ଼ିଥିବା ତିଳକ ବର୍ମାଙ୍କ ସ୍ଥାନ ନେଇଛନ୍ତି ଶ୍ରେୟସ ଆୟର। ବିଷ୍ଣୋଇ ୪୨ ଟ୍ବେଣ୍ଟି-୨୦ ଖେଳି ୬୧ ୱିକେଟ୍‌ ନେଇଛନ୍ତି। ଶେଷ ଥର ଲାଗି ସେ ଗତ ବର୍ଷ ଫେବ୍ରୁଆରିରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଟ୍ବେ‌ଣ୍ଟି-୨୦ ଶୃଙ୍ଖଳା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ।

Advertisment

PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ଶ୍ରେୟସ ଆୟର (ପ୍ରଥମ ୩ ମ୍ୟାଚ୍‌), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପଅଧିନାୟକ), ରିଙ୍କୁ ସିଂହ, ଯଶପ୍ରୀତ ବୁମ୍‌ରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶନ (ୱିକେଟ୍‌ରକ୍ଷକ), ରବି ବିଷ୍ଣୋଇ।

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...