ଯାଦୁ ଦେଖାଇ ମନୋର˚ଜନ ଭରୁଛନ୍ତି ଶ୍ରେୟସ

ନୂଆଦିଲ୍ଲୀ: କ୍ରିକେଟଠୁ ଅବସର ମିଳିଥିବା ବେଳେ ଶ୍ରେୟସ ଆୟର ଅନ୍ୟମାନଙ୍କ ମନୋର˚ଜନ କରାଇବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ସେ କିଛି ଯାଦୁକଳା ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଯେହେତୁ କରୋନା ଭୂତାଣୁ ସ˚କ୍ରମଣଠୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତ୍ବ ଅବଲମ୍ବନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି, ଏଥିଯୋଗୁଁ ଭାରତୀୟ କ୍ରିକେଟରମାନେ ବିଭିନ୍ନ ପ୍ରକାରରେ ନିଜ ନିଜର ସମୟ କାଟୁଛନ୍ତି। ଶ୍ରେୟସ ମଧ୍ୟ ଯାଦୁକଳା ମାଧ୍ୟମରେ ସମସ୍ତଙ୍କ ମନୋର˚ଜନ କରୁଥିବା ଦେଖାଯାଇଛି। ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରାଯାଇଥିବା ଏକ ୯୧ ସେକେଣ୍ତର ଭିଡିଓରେ ଶେୟସ ଓ ତାଙ୍କ ଭଉଣୀ ନତାଶା ଏହି ଯାଦୁ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ଦଳର ସମସ୍ତ ସଦସ୍ୟ ଘରେ ଥାଆନ୍ତି, ସେ ସମୟରେ ଶ୍ରେୟସ ସମସ୍ତଙ୍କୁ ମନୋର˚ଜନ କରୁଥିବାରୁ ତାଙ୍କୁ ବିସିସିଆଇ ଧନ୍ୟବାଦ ଜଣାଇଛି। ତେବେ କରୋନା ଭୂତାଣୁ ସ˚କ୍ରାନ୍ତରେ ସମସ୍ତଙ୍କୁ ସଚେତନ କରାଇବାକୁ ଭାରତୀୟ କ୍ରିକେଟରମାନେ ଅନ୍ୟତମ ଭୂମିକା ନେଉଛନ୍ତି। ସରକାରୀ ନିୟମକୁ ପାଳନ କରିବା ସହ ଭୂତାଣୁ ସ˚କ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର