ସୃଷ୍ଟି ଚେସ୍‌ ମହୋତ୍ସବ: ରାଜ୍ୟ ୯ ଓ ୧୯ ବର୍ଷରୁ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ବର: ଶନିବାରଠାରୁ ସୃଷ୍ଟି ଚେସ୍‌ ମହୋତ୍ସବ ଅନ୍ତର୍ଗତ ରାଜ୍ୟ ୯ ଓ ୧୯ ବର୍ଷରୁ କମ୍ ପ୍ରତିଯୋଗିତା ଆରମ୍ଭ‌ ହୋଇଛି। ୧୦ ଜିଲ୍ଲା ବଲାଙ୍ଗୀର,‌ ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ପୁରୀ, ସୁନ୍ଦରଗଡ଼ରୁ ମୋଟ ୮୨ ଜଣ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ୯ ବର୍ଷରୁ କମ୍‌ ଓପନ୍‌ର ପ୍ରଥମ ୨ ରାଉଣ୍ଡ ସୁଦ୍ଧା ୭ ଜଣ ଏବଂ ବାଳିକାରେ ୪ ଜଣ ମିଳିତ ଅଗ୍ରଣୀ ରହିଛନ୍ତି। ସେହିଭଳି ୧୯ ବର୍ଷରୁ କମ୍‌ ଓପନ୍‌ରେ ୫ ଜଣ ଏବଂ ବାଳିକାରେ ୪ ଜଣ ମିଳିତ ଆଗୁଆ ରହିଛନ୍ତି। ପ୍ରତି ବର୍ଗର ଶୀର୍ଷ ୪ ଜଣ ଲେଖାଏଁ ଜୁଲାଇ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଖେଳାଯିବାକୁ ଥିବା ଜାତୀୟ ୯ ଓ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର