ସୃଷ୍ଟି ରାଜ୍ୟ ଚେସ୍‌ ମହୋତ୍ସବ: ମନୀଷ, ସୁହାନା, ପ୍ରତୀକ, ଶୁଭସ୍ମିତା ବିଜେତା

ଭୁବନେଶ୍ବର: ପଞ୍ଚମ ସୃଷ୍ଟି ଚେସ୍‌ ମହୋତ୍ସବ (ରାଜ୍ୟ ୯ ଓ ୧୯ ବର୍ଷରୁ କମ୍‌ ଓପନ୍‌ ଓ ବାଳିକା ପ୍ରତିଯୋଗିତା) ସୋମବାର ଉଦ୍‌ଯାପିତ ହୋଇଛି। ମନୀଷ କୁମାର, ସୁହାନା ଜେନା, ପ୍ରତୀକ କୁଶାଲ ରାଉତ ଓ ଶୁଭସ୍ମିତା ପ୍ରିୟଦର୍ଶିନୀ ନିଜ ନିଜ ବର୍ଗରେ ବିଜେତା ହୋଇଛନ୍ତି। ୧୯ ବର୍ଷରୁ କମ୍‌ ରାଜ୍ୟ ଓପନ୍‌ରେ ମନୀଷ କୁମାର (୨୧୦୫) ୬ ପଏଣ୍ଟ୍‌ ସହ ଶୀର୍ଷରେ ରହିଥିଲେ। ଶ୍ରେୟସ ଶୁଭମ ପଟ୍ଟନାୟକ (୫.୫ ପଏଣ୍ଟ), ଓମ୍‌ ଆଦିତ୍ୟ ଖାଡଙ୍ଗା (୫ ପଏଣ୍ଟ), ସୂରଜ ମହନ୍ତ, ଜ୍ଞାନଜ୍ୟୋତି ସିଂହ, ଗୌରବ ମହାନ୍ତି, ଶୁଭଦୀପ ପ୍ରିୟଦର୍ଶନ (୪.୫ ପଏଣ୍ଟ), ଆୟୁଷ ଆର୍ଯ୍ୟନ ମହାପାତ୍ର, ଶୁଭମ ପରିଡ଼ା (୪ ପଏଣ୍ଟ୍‌), ଶୁଭମ ପଣ୍ଡା (୩.୫) ଯଥାକ୍ରମେ ଦ୍ବିତୀୟରୁ ଦଶମରେ ରହିଥିଲେ। ଏହାର ବାଳିକା ବର୍ଗରେ ସୁହାନା ୪.୫ ପଏଣ୍ଟ ସହ ବିଜେତା ଏବଂ ବିଜୟଲକ୍ଷ୍ମୀ ବାରିକ (୪ ପଏଣ୍ଟ୍‌) ଦ୍ବିତୀୟରେ ରହିଥିଲେ। ସାଇରୁପା ପି, ଅରୁଷୀ ଶ୍ରୀଚନ୍ଦନ (୩.୫ ପଏଣ୍ଟ), ଶ୍ରଦ୍ଧା ସ୍ମରଣିକା ନନ୍ଦ, ସାଇ ସମ୍ପ୍ରଦା ମହାନ୍ତି (୩ ପଏଣ୍ଟ୍‌), ଶ୍ରୀଷ୍ଟି ଶ୍ରେୟାସୀ (୨.୫ ପଏଣ୍ଟ୍‌), ସାଞ୍ଚୀ ସାହୁ, ନୀତୀଶା ସୁର ଓ ସ୍ବୟଂଶ୍ରୀ ସାହୁ (୨ ପଏଣ୍ଟ୍‌) ତୃତୀୟରୁ ଦଶମ ସ୍ଥାନ ପାଇଥିଲେ। ୯ ବର୍ଷରୁ କମ୍‌ ଓପନ୍‌ରେ ପ୍ରତୀକ (୭ ପଏଣ୍ଟ) ପ୍ରଥମ ସ୍ଥାନରେ ଥିବା ବେଳେ ଭିନୀତ ନାୟକ (୫.୫ ପଏଣ୍ଟ୍‌), ଦେବପ୍ରିୟ ବିଶ୍ବାଳ, ମନୀଷ ମିଶ୍ର, ସର୍ଥକ ମହାନ୍ତି, ଆଦ୍‌ଭିକ ଆଦିତ୍ୟ ସ୍ବାଇଁ, ସ୍ବସ୍ତିକ କୁମ‌ାର ସ୍ବାଇଁ (୫ ପଏଣ୍ଟ୍‌), କୌଶିକ କୁମାର ପ୍ରଧାନ (୪.୫ ପଏଣ୍ଟ) ଏବଂ ଅଂଶଲ ଏସ୍‌ ଥୋମାସ ଓ ଆୟୁଷ ପରିଡ଼ା (୪ ପଏଣ୍ଟ୍‌) ଯଥାକ୍ରମେ ଶୀର୍ଷ ୧୦ରେ ରହିଥିଲେ। ବାଳିକାରେ ଶୁଭସ୍ମିତା (୬) ଓ ସାଇ ବିଦ୍ଧି ତ୍ରିପାଠୀ (୫.୫ ପଏଣ୍ଟ୍‌) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଅମୃତ ପ୍ରିୟାଲକ୍ଷ୍ମୀ, ମୌକଥିକା ନାୟକ (୫ ପଏଣ୍ଟ୍‌), ଅର୍ଣ୍ଣିକା ଦାଶ, ଅଦିତି ମହାରଣା, ସମିନା ସ୍ବାଇଁ (୪ ପଏଣ୍ଟ୍‌), ସାନ୍‌ଭି ମିଶ୍ର, ତାନ୍‌ଭି ମିଶ୍ର, ସାନ୍‌ଭି ସାହୁ (୩.୫ ପଏଣ୍ଟ୍‌) ଶୀର୍ଷ ୧୦ ମଧ୍ୟରେ ରହିଥିଲେ। ବିଭିନ୍ନ ବୟସ ବର୍ଗରେ ଋତୁପର୍ଣ୍ଣା ମହାପାତ୍ର, ଜିତେଶ ସାମଲ, ଆର୍ଜି ଆୟୁଷ ପଣ୍ଡା, ସାନିଧ୍ୟା ଏସ୍‌ ସ୍ବାଇଁ, ରିଶିତ ଦେବନାଥ ଓ ସାଇ ସଙ୍କେତ ପଣ୍ଡା ଶୀର୍ଷରେ ରହି ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଗ୍ରାଣ୍ଡ ମାଷ୍ଟର ସ୍ବୟମ୍ସ ମିଶ୍ର, ନିଖିଳ ଓଡ଼ିଶା ଚେସ୍‌ ସଂଘ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଭବେଶ ମହାନ୍ତି, ସୃଷ୍ଟି ଏକାଡେମୀ ଅଧ୍ୟକ୍ଷ ସରୋଜ କୁମାର ସାହୁ, ମାନେଜମେଣ୍ଟ ନିର୍ଦେଶକ ଗଙ୍ଗାଧର ମିଶ୍ର ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ କୁମାର ମହାନ୍ତି ଓ ଏଫ୍‌ଏ ସନ୍ତୋଷ କୁମାର ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର