ଭୁବନେଶ୍ବର: ଓଡ଼ିଶା-ସାଇ ଆଞ୍ଚଳିକ ବ୍ୟାଡମିଣ୍ଟନ୍ ଏକାଡେମୀର ପଞ୍ଚମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଏକାଡେମୀର ନିର୍ଦ୍ଦେଶକ ତଥା କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ରଙ୍କ ସହ ବିଭାଗର ବହୁ ଅଧିକାରୀ ଏବଂ ପ୍ରଶୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ପତ୍ରିକାର ଉନ୍ମୋଚନ କରାଯିବା ସହ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ଏକାଡେମୀର ପ୍ରତିଷ୍ଠା ଦିବସରେ ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ପ୍ରଥମ ଥର ପାଇଁ ଥମାସ କପ୍ ଜିତି ଇତିହାସ ରଚିଥିବାରୁ ଏହା ଆଗାମୀ ଭବିଷ୍ୟତ ପାଇଁ ଶୁଭସଙ୍କେତ ବୋଲି ଶ୍ରୀ ମିଶ୍ର କହିଥିଲେ। କ୍ରୀଡ଼ା ସଚିବ ଭିନିଲକ୍ରିଷ୍ଣା ଏକାଡେମୀର ଭବିଷ୍ୟତ ଉଜ୍ଜ୍ବଳ ବୋଲି କହିବା ସହ ଏହା ଆଗାମୀ ସମୟରେ ବହୁ ବ୍ୟାଡମିଣ୍ଟନ୍ ତାରକା ସୃଷ୍ଟି ହେବାରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ସହିଦନଗରଠାରେ ଥିବା ଏହି ଏକାଡେମୀରେ ୪୫ ପିଲା ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ଥିଲା ବେଳେ ସଂପ୍ରତି ୩୩ ଜଣ ବାଳକ ବାଳିକା ଅଛନ୍ତି। ସେମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ ବି କରି ଆସୁଛନ୍ତି।
ଶୁଭଙ୍କର ସାବ୍ୟସ୍ତ ହେଲା ଓଡ଼ିଶା-ସାଇ ବ୍ୟାଡମିଣ୍ଟନ୍ ଏକାଡେମୀର ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2022/05/fdsfhsf5h4sf56h4sf56h4sf56h4fhs65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)