ନୂଆଦିଲ୍ଲୀ: ଆଜିଠୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚରେ କ୍ରିକେଟର ରୋହିତ୍ ଶର୍ମା ୫ରନ୍ କରି ଆଉଟ୍ ହୋଇଥିବା ବେଳେ ଟିମ୍ ଇଣ୍ଡିଆର ନଂ ୩ବ୍ୟାଟର ଶୁଭମନ ଗିଲ୍ ମାତ୍ର ୨ରନ୍ କରି ଆଉଟ୍ ହୋଇଛନ୍ତି। ଏତେ କମ ରନ୍ କରି ଆଉଟ ହେବା ପରେ ଏବେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି। ତେବେ ନିକଟ ଅତୀତରେ ସେ ଏଭଳି ଅନେକ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ଆଇପିଏଲ୍ କ୍ୟାରିୟରର ମାତ୍ର ଚାରି-ପାଞ୍ଚ ବର୍ଷ ମଧ୍ୟରେ ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଯଦି ତାଙ୍କ ରୋଜଗାର ଓ ସମ୍ପତ୍ତି ବିଷୟରେ କୁହାଯାଏ, ତେବେ ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି।

Advertisment

ଶୁଭମନ ଗିଲ୍ ସେପ୍ଟେମ୍ବର ୮, ୧୯୯୯ରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବରେ ତାଙ୍କ ପ୍ରାଥମିକ ଶିକ୍ଷା ଶେଷ ହୋଇଥିଲା। କ୍ରିକେଟ ଖେଳିବା ପସନ୍ଦ ଥିବାରୁ ଗିଲ୍ ପାଠ ପଢ଼ାକୁ ଅଧାରୁ ଛାଡ଼ି କ୍ରିକେଟକୁ ନିଜ ପେସା କରିଥିଲେ। ଏହି ଯୁବ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ଯଦି ଆମେ ତାଙ୍କ କ୍ୟାରିୟରକୁ ଦେଖିବା, ତେବେ ଭଲ ପ୍ରଦର୍ଶନ ହେତୁ ତାଙ୍କର ରୋଜଗାର ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତେବେ ୨୦୨୩ ମସିହାରେ ଶୁଭମନ ଗିଲଙ୍କ ମୋଟ ସମ୍ପତ୍ତି ୩୧କୋଟିରେ ପହଞ୍ଚିଛି। ତାଙ୍କର ମାସିକ ରୋଜଗାର ବିଷୟରେ କହିବାକୁ ଗଲେ ସେ ମାସକୁ ୬୬,୦୯,୨୮୦ ଟଙ୍କା ରୋଜଗାର କରନ୍ତି।