ନୂଆଦିଲ୍ଲୀ: ଭାରତୀୟ ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍ ଦିନିକିଆ ମାନ୍ୟତାରେ କ୍ୟାରିଅର୍ର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ତାଲିକାରେ ଭାରତରୁ ଶୁବମନଙ୍କ ବ୍ୟତୀତ ବିରାଟ କୋହଲି (ସପ୍ତମ) ଓ ରୋହିତ ଶର୍ମା (ଅଷ୍ଟମ) ଶୀର୍ଷ-୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ବାବର ଆଜମ୍ ଶୀର୍ଷସ୍ଥାନ ଦଖଲ କରିଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଏକମାତ୍ର ଭାରତୀୟ ଭାବେ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ଜୋସ୍ ହାଜଲ୍ଉଡ୍ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କ ପଛକୁ ସିରାଜ ତୃତୀୟ ସ୍ଥାନରେ ଅଛନ୍ତି। ଟ୍ବେଣ୍ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ୧ ନମ୍ବର ସ୍ଥାନରେ ସ୍ଥିର ଅଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp