ରାମଦେବଙ୍କୁ ଭେଟିଲେ ସୁଶୀଲ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା କୁସ୍ତିବିତ୍‌ ସୁଶୀଲ କୁମାର ମଙ୍ଗଳବାର ଯୋଗ ଗୁରୁ ରାମଦେବଙ୍କୁ ଭେଟିଛନ୍ତି। ରାମଦେବଙ୍କ ଆର୍ଶୀବାଦ ଯୋଗୁଁ ମୁଁ ଏହି ପଦକ ଜିତିପାରିଛି ବୋଲି କହିଛନ୍ତି ସୁଶୀଲ କୁମାର। ସମସ୍ତ ଭାରତୀୟଙ୍କ ସ୍ନେହ ଶୁଭେଚ୍ଛା ମୋ ସହିତ ରହିଥିବାରୁ ମୁଁ ଶ୍ରେଷ୍ଠ ଦେଇପାରୁଛି। ଏସବୁ କେବଳ ସ୍ୱାମୀଜୀ ଏବଂ ପ୍ରସଂଶକମାନଙ୍କ ଆର୍ଶୀବାଦର ଫଳ। ରାମଦେବ ମଧ୍ୟ ସୁଶୀଲଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ, ସୁଶୀଲ ଯଦି ୨୦୧୬ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥାନ୍ତେ ଭାରତ ନିଶ୍ଚିତ ଅଧିକ ପଦକ ଜିତିପାରିଥାନ୍ତା। ସୁଶୀଲଙ୍କ ସହ ୧୨୫ କେଜିରେ ସ୍ୱର୍ଣ୍ଣ ଜିତିଥିବା ସୁମିତ ମଲିକ ମଧ୍ୟ ରାମଦେବଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ ୧୨ ଜଣ କୁସ୍ତି ଖେଳାଳି ପଦକ ଜିତିଥିଲେ। ଏଥିମଧ୍ୟରେ ୫ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ରହିଥିଲା।

ସମ୍ବନ୍ଧିତ ଖବର