ଏଏଫ୍‌ସି ପ୍ରୋ ଲାଇସେନ୍ସ ପାଠ୍ୟକ୍ରମରେ ଶୁଭେନ୍ଦୁ

କଟକ: ୧୬ ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ତା ଏଏଫ୍‌ସି ପ୍ରୋ ଲାଇସେନ୍ସ ପାଠ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି। ଶୁଭେନ୍ଦୁ ପ୍ରଥମ ଓଡ଼ିଆ ଭାବେ ଏଏଫ୍‌ସିର ଏହି ସର୍ବଶ୍ରେଷ୍ଠ ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ଏହି ପାଠ୍ୟକ୍ରମ ମଙ୍ଗଳବାର ଚଣ୍ତୀଗଡ଼ରେ ଅନୁଷ୍ଠିତ ହେବ। ଓଡ଼ିଶା ଫୁଟ୍‌ବଲ୍‌ ସ˚ଘ (ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର