ବିଡବ୍ଲୁଏଫ୍‌ କନିଷ୍ଠ ମାନ୍ୟତାରେ ଶ୍ବେତାପର୍ଣ୍ଣା ଶ୍ରେଷ୍ଠ ଭାରତୀୟ

କଟକ: ଓଡ଼ିଶାର ଆନ୍ତର୍ଜାତିକ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଶ୍ବେତାପର୍ଣ୍ଣା ପଣ୍ତାଙ୍କ ବିଶ୍ବ ମାନ୍ୟତାରେ ଉନ୍ନତି ଘଟିଛି। ସଦ୍ୟ ପ୍ରକାଶିତ କନିଷ୍ଠ ମହିଳା ତାଲିକାରେ ଶ୍ବେତପର୍ଣ୍ଣା ମିଶ୍ରିତ ଯୁଗଳରେ ଦୁଇଟି ସ୍ଥାନ ଉପରକୁ ଉଠି ୧୭ରେ ପହଞ୍ଚିଛନ୍ତି। ଏହାଫଳରେ ସେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ମାନ୍ୟତା ପାଇପାରିଛନ୍ତି। ତାଙ୍କ ପଛକୁ ଆୟନ ରସିଦ୍‌ ଦୁଇଟି ସ୍ଥାନ ତଳକୁ ଖସି ୧୮ତମ ସ୍ଥାନରେ ରହିଛନ୍ତି। ମିଶ୍ରିତ ଯୁଗଳରେ ଶ୍ବେତପର୍ଣ୍ଣା ମୋଟ ୯୯୦୦ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପକ୍ଷରେ କନିଷ୍ଠ ମହିଳା ଯୁଗଳରେ ଶ୍ବେତପର୍ଣ୍ଣା ୩୪ତମ ସ୍ଥାନ ବଜାୟ ରଖିଛନ୍ତି।

ତେବେ ଶ୍ବେତାପର୍ଣ୍ଣା ଆଉ କନିଷ୍ଠ ବର୍ଗରେ ଖେଳୁନାହାନ୍ତି। ବର୍ତ୍ତମାନ ବଡ଼ ଭଉଣୀ ଋତାପର୍ଣ୍ଣାଙ୍କୁ ସାଥୀ କରି ସେ ବିଭିନ୍ନ ବରିଷ୍ଠ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଲେଣି। ଯେଉଁଥିପାଇଁ ଗତ ଅଗଷ୍ଟ ୨ ତାରିଖ ପରଠୁ ତାଙ୍କର ପଏଣ୍ଟ ସ୍ଥିର ରହିଛି। ମିଶ୍ରିତ ଯୁଗଳରେ ଶେଷ ଥର ପାଇଁ ଅଗଷ୍ଟ ୨୩ ତାରିଖରୁ ସେ ତ୍ରୟୋଦଶ ସ୍ଥାନରେ ରହିଆସିଥିଲା ବେଳେ ମହିଳା ଯୁଗଳରେ ଅଗଷ୍ଟ ୨ ତାରିଖରେ ୩୧ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ବରିଷ୍ଠ ମହିଳା ଯୁଗଳରେ ଶ୍ବେତାପର୍ଣ୍ଣା ଓ ଋତାପର୍ଣ୍ଣାଙ୍କ ଯୋଡ଼ି ୨୨୭ତମ ସ୍ଥାନରେ ରହିଛି। ଦୁଇ ଭଉଣୀଙ୍କ ଯୋଡ଼ିକୁ ମୋଟ ୫୬୧୦ ପଏଣ୍ଟ ମିଳିଛି। ଶ୍ବେତପର୍ଣ୍ଣା ଓ ବାଲକେଶରୀ ଯାଦବଙ୍କ ମିଶ୍ରିତ ଯୋଡ଼ିକୁ ୧୯୮ତମ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର