ଶ୍ୟାମଳି ଦେ ସ୍ମାରକୀ ରାଜ୍ୟ ଓପନ୍‌ ସ୍କୁଲ୍‌ ଚେସ୍‌: ପ୍ରତ୍ୟୁଷ ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍‌ ସଂଗ (ଓସ୍କା) ପକ୍ଷରୁ ଆୟୋଜିତ ଶ୍ୟାମଳି ଦେ ସ୍ମାରକୀ ରାଜ୍ୟ ଓପନ୍ ସ୍କୁଲ୍‌ ଚେସ୍‌ ପ୍ରତିଯୋଗିତାରେ କଟକ ଓଲ୍ଡ ଷ୍ଟୁଆର୍ଟ ସ୍କୁଲ୍‌ର ପ୍ରତ୍ୟୁଷ ନାୟକ (୭/୭) ବିଜେତା‌ ହୋଇଥିବାବେଳେ ସିଡିଏ ଡିଏଭିର ବିନାୟକ କୁମାର ସାମଲ (୬/୭) ଉପ ବିଜେତା ହୋଇଛନ୍ତି। ଭୁବ‌ନେଶ୍ବର ବିଜେଇଏମ୍‌ର ବିନୀତ ନାୟକ (୫.୫) ତୃତୀୟ ସ୍ଥାନ ଦଖଲ କରିଥିଲେ। ନମସ୍ୟ ନଳିନୀ(୫.୫), ଅଂଶୁମାନ ପତି, ସାର୍ଥକ ମହାନ୍ତି, ଅଂଶୁମାନ ଦାସ, ମନୀଷ ମିଶ୍ର, ଅର୍ଣ୍ଣବ ମହାନ୍ତି (ପ୍ରତ୍ୟେକ ୫ ପଏଣ୍ଟ ଲେଖାଏଁ), ଜିତେଶ ସାମଲ (୪.୫) ପଏଣ୍ଟ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବୟସ ବର୍ଗରେ ଶ୍ରେୟସ କୁମାର ବେହୁରିଆ, ଶିବାଶିଷ ସିଂହ, ସାଇ ସଙ୍କେତ ପଣ୍ଡା, ରୋନିକ ଅଗ୍ରୱାଲ, ଶୁଭସ୍ମିତା ପ୍ରିୟଦର୍ଶିନୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର