ମହିଳାଙ୍କ ଆଗରେ ଉଲଗ୍ନ ହେବା ଶିବଙ୍କୁ ମହଙ୍ଗା ପଡ଼ିଲା

ଡର୍ବି: ଦୁଇ ଜଣ ମହିଳାଙ୍କ ଆଗରେ ଉଲଗ୍ନ ହେବା ଇଂଲଣ୍ଡ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଶିବ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ମାମଲାରେ ଡର୍ବିସାୟାର ଜିଲ୍ଲା ଆଦାଲତ ୨୪ ବର୍ଷୀୟ କ୍ରିକେଟର୍‌ ଶିବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ଦୁଇ ମହିଳା ଜୁନ୍‌ ୧୨ ଏବଂ ୧୯ ତାରିଖରେ ଦୁଇଟି ପୃଥକ ପୃଥକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଜୁଲାଇରେ ଶିବଙ୍କୁ ଗିରଫ କରିଥିଲା। ଗୁରୁବାର ଆଦାଲତ ଉଭୟ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ନିସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର