ଶିବଙ୍କ ଆଇଏସ୍‌ଏଲ୍‌ ପଦାର୍ପଣ: ଗୋଆ, ବେଙ୍ଗାଲୁର୍‌ ବିଜୟୀ

ଭୁବନେଶ୍ୱର ପ୍ରଥମ ଓଡ଼ିଆଭାବେ ରବିବାର ପଦାର୍ପଣ କରି ନୂଆ ଅଧ୍ୟାୟ ସଂଯୋଗ କରିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଚେନ୍ନାଇ-ବନାମ ଗୋଆ ମ୍ୟାଚ୍‌କୁ ପରିଚାଳନା କରି ଶିବଶଙ୍କର ଏହି ଗୌରବ ଆଣିଛନ୍ତି। ପୂର୍ବରୁ ଆଇ ଲିଗ୍‌, ଫେଡେରେସନ୍‌ କପ୍‌, ଆଇଏଫ୍‌ଏ ସିଲ୍‌ଡ, ଜାତୀୟ କନିଷ୍ଠ ପ୍ରତିଯୋଗିତା ଜାତୀୟ ପ୍ରତିଯୋଗିତା ପରିଚାଳନା କରିଥିବା ଶିବଶଙ୍କର ଏଥି ସହ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଭୁବନେଶ୍ୱର କିଶୋର୍‌ କ୍ଲବ୍‌ ସଦସ୍ୟ ହୋଇଥିବାରୁ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଏହି ଲିଗର ପ୍ରଥମ ଦୁଇ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ରହିଥିଲା। ରବିବାରର ଉଭୟ ମ୍ୟାଚ୍‌ରକୁ କିନ୍ତୁ ଫଳାଫଳ ମିଳିଛି। ଚେନ୍ନାଇର ଜବାହାରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୩-୨ରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଥିଲେ। ୨୫ ତମ ମିନିଟ୍‌ରେ ଗୋଆର ଫେରାନ୍‌ ତେଲ୍‌ଚାଏ ଚଳିତ ସଂସ୍କରଣର ପ୍ରଥମ ଗୋଲ୍‌ ଦେଇଥିଲେ। ମାନୁଏଲ୍‌ ବ୍ରୁନୋ (୨୯ ମିନିଟ୍‌) ଏବଂ ମନ୍ଦର ଦେଶାଇ (୩୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଗୋଆକୁ ପ୍ରଥମାର୍ଧରେ ୩-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଧରେ ଚେନ୍ନାଇନ୍‌ ମ୍ୟାଚ୍‌କୁ ଫେରିବାକୁ କଡ଼ା ସଂଘର୍ଷ କରିଥିଲା। ଇନିଗୋ ଜାପାତେରିଆ (୭୦ ମିନିଟ୍‌) ଏବଂ ରାଫେଲ୍‌ ଅଗୁଷ୍ଟୋ (୮୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ମ୍ୟାଚ୍‌କୁ ଫେରିବାର ସମ୍ଭାବନା ସୃଷ୍ଟି କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ବେଙ୍ଗାଲୁର୍‌ ଏଫ୍‌ସି ୨-୦ ଗୋଲ୍‌ରେ ମୁମ୍ବାଇ ସିଟିକୁ ପରାସ୍ତ କରିଥିଲା। ଦଳ ପାଇଁ ଏଦୁ ଗାର୍ସିଆ (୬୭ ମିନିଟ୍‌) ଏବଂ ସୁନୀଲ ଛେତ୍ରୀ (୯୩ ମିନିଟ୍‌) ଗୋଲ୍‌ ଦେଇଥିଲେ। ସୋମବାର ଓ ମଙ୍ଗଳବାର ବିଶ୍ରାମ ଦିବସ ରହିଛି।

ସମ୍ବନ୍ଧିତ ଖବର