ଭୁବନେଶ୍ବର: ଓଡ଼ିଶାର ଆଗଧାଡ଼ିର ଫୁଟବଲ୍ ରେଫରି ଶିବ ଶଙ୍କର ପଣ୍ଡା ଜାତୀୟ ସ୍ତରରେ ଆଉ ପାଦେ ଆଗେଇଛନ୍ତି। ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫଏଫ) ପକ୍ଷରୁ ଗ୍ବାଲିୟରଠାରେ ଗତ ଗୁରୁବାର ସମ୍ପନ୍ନ କାଟେଗୋରି-୧ ରେଫରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶାର ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି ଏହି କିଶୋର କ୍ଲବ୍ ତାରକା। ଜାତୀୟ ସ୍ତରର ସମସ୍ତ ପ୍ରମୁଖ ପ୍ରତିଯୋଗିତା-ଡୁରାଣ୍ଡ କପ୍, ସନ୍ତୋଷ ଟ୍ରଫି, ଆଇଏଫଏ ସିଲଡ, ଆଇ ଲିଗ୍, ଆଇଏସଏଲ୍, ଫେଡେରେସନ୍ କପ୍, ସୁପର କପ୍ ଆଦି ପରିଚାଳନା କରି ସାରିଛନ୍ତି। ୨୦୦୦ ମସିହାରୁ ରାଜ୍ୟ ରେଫରି ଏବଂ ୨୦୦୯ରୁ ଜାତୀୟ ରେଫରି ହେବା ପରଠାରୁ ଶିବ ଶଙ୍କର ଶିଖର ଚଢ଼ି ଚାଲିଛନ୍ତି। ଶିବ ଶଙ୍କରଙ୍କ ସଦ୍ୟତମ ସଫଳତା ପାଇଁ ତାଙ୍କୁ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସମ୍ପାଦକ ସଂଜୟ କୁମାର ବେହେରା ଅଭିନନ୍ଦନ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp