ନୂଆଦିଲ୍ଲୀ: ଭାରତୀୟ ଗଲ୍ଫର ଶିବ କାପୁର ଏଠାରେ ଚାଲିଥିବା ପାନାସୋନିକ୍ ଓପନ୍ ଜିତି ନେଇଛନ୍ତି। ରବିବାର ଫାଇନାଲ୍ରେ ୩ ଷ୍ଟ୍ରୋକ୍ ବ୍ୟବଧାନରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ। ଏଥି ସହିତ ଶିବ ଘରୋଇ ପରିବେଶରେ ନିଜର ପ୍ରଥମ ତଥା ମୋଟ ତୃତୀୟ ଏସୀୟ ଟୁର୍ ଟ୍ରଫି ହାତେଇଛନ୍ତି। ଏହା ପୂର୍ବରୁ ସେ ଦୁଇଟି ଏସୀୟ ଟ୍ରଫି ୨୦୦୫ରେ ଥାଇଲାଣ୍ଡ୍ରେ ଭଲ୍ଭୋ ମାଷ୍ଟର୍ସରେ ହିଁ କରାୟତ କରିଥିଲେ। ରବିବାର ଟ୍ରଫି ଶିବଙ୍କ ପାଇଁ ଚଳିତ ବର୍ଷ ଦ୍ୱିତୀୟ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp